ବାଲିଗୁଡା,୫।୬(ସୁରେଶ କୁମାର ପଣ୍ଡା): କନ୍ଧମାଳ ଜିଲ୍ଲାର ଦେବୋତ୍ତର ବିଭାଗ ଦ୍ୱାରା ପରିଚାଳିତ ବାଲିଗୁଡା ଜଗନ୍ନାଥ ମନ୍ଦିର ପରିସରରେ ଆଜି ଚତୁର୍ଦ୍ଧାମୂର୍ତ୍ତି ଙ୍କ ନିରାଡ଼ମ୍ବର ଭାବେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇ ଯାଇଛି l ମନ୍ଦିର ଟ୍ରଷ୍ଟି ମଧୁସୂଦନ ଦାସ କର୍ତ୍ତା ଭାବେ ହୋମ କାର୍ଯ୍ୟ କରକରିଥିବା ବେଳେ କେବଳ କିଛି ସେବାୟତଙ୍କ ଉପସ୍ଥିତରେ ଏହି ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ଭକ୍ତଙ୍କ ଦର୍ଶନ ପାଇଁ ବାରଣ ରହିଥିଲା l ଏହି କାର୍ଯ୍ୟକ୍ରମ ରେ ପୋଲିସ ପକ୍ଷ ରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ, ଟ୍ରଷ୍ଟ ସଦସ୍ୟ ମଦନ ମୋହନ ଦୋରା, ଶ୍ରୀନିବାସ ରାଓ, ରଂଜିତ ମହାନ୍ତି ଉପସ୍ଥିତ ରହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା















