ଲାଞ୍ଚ ନେଉଥିବା ବେଳେ ଦୁଇ କିରାଣୀ ଗିରଫ

227
ADVERTISEMENT

ବଲାଙ୍ଗୀର,୫।୬(ଦେବବ୍ରତ ଗୁରୁ):ଆଗଲପୁର ବ୍ଳକ ଅନ୍ତର୍ଗତ ବୁଦୁଲା ଗ୍ରାମର ଘଟଣା । ଭାଗଭାଗ ହୋଇଥିବା ଜମି ର କାଗଜପତ୍ର କୁ ମାଧବ ନାଗ ଆଗଲପୁର ତହସିଲ କାର୍ୟ୍ୟାଳୟ ରେ ସଂଶୋଧନ ଆବେଦନ କରିଥିଲେ। ଭାରପ୍ରାପ୍ତ ମୁଖ୍ୟ କିରାଣୀ ବିକାଶ ଭୋଇ ଜମି କାଗଜପତ୍ର ସଂଶୋଧନ ବାବଦକୁ ୬ ହଜାର ଟଙ୍କା ଦାବି କରିଥିଲେ। ଶ୍ରୀ ମାଧବ ନାଗ ଏନେଇ ଭିଜିଲାନ୍ସ ର ଦ୍ବାରସ୍ଥ ହୋଇଥିଲେ। ଦେବା ସମୟରେ ଶ୍ରୀ ବିକାଶ ଭୋଇ ପାଖରେ ଥିବା କିରାଣୀ ଚନ୍ଦ୍ରଶେଖର ପାତ୍ର ଙ୍କୁ ଦେବାକୁ କହିଥିଲେ। ପୂର୍ବ ଯୋଜନା ମୁତାବକ ଆଜି ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଗିରଫ ହୋଇଥିଲେ। ବହୁ ଦିନରୁ ଏଭଳି ଭାବରେ ଲୋକଙ୍କୁ ହଇରାଣ କରୁଥିବା ସହ ଲାଞ୍ଚ ନେଉଛନ୍ତି ବୋଲି କହନ୍ତି ଅଞ୍ଚଳ ବାସିନ୍ଦା ।

Advertisement