ବଲାଙ୍ଗୀର,୫।୬(ଦେବବ୍ରତ ଗୁରୁ):ସୋନପୁର-ସମ୍ବଲପୁର-ଧମା ରାସ୍ତାର ବରଗାଁ ରାଜପଥ କଡରେ ଜଣେ ଅପରିଚିତା ଯୁବତୀ ଯନ୍ତ୍ରଣାରେ ଛଟପଟ ହେଉଥିଲା । କିଛି ଯୁବକ ଏହା ଦେଖି ଯୁବତୀଙ୍କୁ ରାସ୍ତାକଡରେ ଥିବା ଏକ ଗଛମୂଳକୁ ନେଇ ଥିଲେ । ମୁଣ୍ଡରୁ ରକ୍ତଶ୍ରାବ ହେଉଥିଲା, ଏତିକିବେଳେ ଉକ୍ତ ରାସ୍ତା ଦେଇ ଯାଉଥିଲେ ଠେମରା ସି ଏଚ ସି ର ଡାକ୍ତର ପ୍ରତାପ ନାୟକ ଓ ତାଙ୍କ ସହଯୋଗୀ। ସେ ତୁରନ୍ତ ଗାଡି ରୁ ଓହ୍ଲାଇ ଯୁବତୀଙ୍କୁ ଚିକିତ୍ସା କରିଥିଲେ ଏବଂ ପରେ ୧୦୮ ଆମ୍ବୁଲାନ୍ସ କୁ ଫୋନ ମାଧ୍ୟମରେ ଘଟଣା ବିଷୟରେ ଜଣାଇଲେ । ଆମ୍ବୁଲାନ୍ସ ମଧ୍ୟ ଆସିଲା, ଧମା ପୋଲିସ ଆସି ପହଞ୍ଚିଲେ କିନ୍ତୁ ଯୁବତୀ ଜଣଙ୍କର ପରିଚୟ ଜଣା ନ ଥିବାରୁ ଡାକ୍ତରଖାନା ନେବାପାଇଁ ଆମ୍ବୁଲାନ୍ସ ପରିଚାଳକ ମନାକରିଦେଇ ଫେରିଗଲେ, ପରେ ଯୁବତୀଙ୍କ ପରିଚୟ ଜଣାପଡିବା ତାଙ୍କୁ ତାଙ୍କର ଏକ ଆତ୍ମୀୟଙ୍କୁ ହସ୍ତାନ୍ତର କରାଯାଇଥିଲା।


















