Wednesday, September 30, 2026
ADVERTISEMENT
Home ଆଞ୍ଚଳିକ ସଂଘରୋଧ ଗୃହରୁ ବହୁତ ଖୁସିରେ ଘରକୁ ଫେରିବା ସହ ସରପଞ୍ଚ ଓ ବିଡ଼ିଓଙ୍କୁ ଧନ୍ୟବାଦ

ସଂଘରୋଧ ଗୃହରୁ ବହୁତ ଖୁସିରେ ଘରକୁ ଫେରିବା ସହ ସରପଞ୍ଚ ଓ ବିଡ଼ିଓଙ୍କୁ ଧନ୍ୟବାଦ

446
ADVERTISEMENT


କନ୍ଧମାଳ,୪/୬(ସୁରେଶ ପଣ୍ଡା): ୧୪ ଦିନ ସଂଘରୋଧ ଗୃହରୁ ନିଜ ଘରକୁ ବହୁତ ଆନନ୍ଦର ସହ ଫେରିଛନ୍ତି । ୪୮ ପ୍ରବାସୀ ଓଡ଼ିଆ ପ୍ରବାସୀ ଓଡ଼ିଆ ତାମିଲନାଡୁରୁ ଫେରିବା ପରେ କୋଟଗଡ଼ ସଙ୍ଘରୋଧ କେନ୍ଦ୍ରରେ ରହିଥିଲେ । ଏମାନଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ସମସ୍ତଙ୍କୁ ପ୍ରମାଣ ପତ୍ର ଦିଆଯାଇ ଛଡ଼ା ଯାଇଥିଲା । ପ୍ରବାସୀ ଓଡ଼ିଆ ଏତେ ମନ ଖୁସିରେ ଘରକୁ ଫେରିବା ସହ କୋଟଗଡ଼ ବ୍ଲକ ବିଡ଼ିଓ କୈଳାସ ମୁର୍ମୁ, ବ୍ଲକ ଅଧ୍ୟକ୍ଷ ସବିତା ମଳିକ, ଉପାଧ୍ୟକ୍ଷ ଟି ପାନ୍ତୁଲୁ ରାଓ, ସାଂସଦ ପ୍ରତିନିଧି ମନୋଜ କୁମାର ସାବତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏଭଳି ବ୍ୟବହାର ଆମ ଘର ମାନଙ୍କ ପାଖରୁ ପାଇନଥିଲୁ ଯେହେତୁ ଠିକ ସମୟରେ ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ଆଣି ଦେଇଥିଲେ ।

Advertisement