ବଲାଙ୍ଗୀର, ୪/୬(ସୁନୀଲ ତ୍ରିପାଠୀ): ବଲାଙ୍ଗୀର ଜିଲ୍ଲା ବିଜେପି ଶାଖା ତରଫରୁ ଜିଲ୍ଲାପାଳ ଅଫିସ ସାମ୍ନା ରେ ଦେଓଗାଁ ଚିନିକଳ ପୁନଃ ଉଦ୍ଧାର ଓ ଆର୍ଥିକ ସହାୟତା ଘୋଷଣା ଦାବିରେ ଏକ ପ୍ରତିବାଦ କରାଯାଇଥିଲା। କୋଭିଡ-୧୯ ମହାମାରୀ ଆଇନ ଉଲ୍ଲଙ୍ଘନ ଅଭିଯୋଗ ରେ ପ୍ରଶାସନ ତରଫରୁ ବିଜେପି ଦଳ ଓ ପ୍ରତିବାଦକାରୀ ଙ୍କ ବିରୁଦ୍ଧରେ ଏକ ମାମଲା ରୁଜ୍ଜୁ କରା ଯାଇଛି ବୋଲି ସୂଚନା ମିଳିଛି।

















