କନ୍ଧମାଳ,୪/୬ (ସୁରେଶ ପଣ୍ଡା) :କରୋନା ମହାମାରୀର ମୁକାବିଲା ପାଇଁ ଦେଶରେ ଲକଡାଉନ ହୋଇଥିବାରୁ କାମଧନ୍ଦା ବନ୍ଦ ରହିଛି । ଯାହାଫଳରେ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲା । ଏବେ କନ୍ଧମାଳ ଜିଲ୍ଲାରେ ଗରିବ ଲୋକଙ୍କୁ ଦାନା ଯୋଗାଉଛି ସର୍ଗି ମଞ୍ଜି । ଏଭଳି ଦୃଶ୍ୟ ତୁମୁଡ଼ିବନ୍ଧ ବ୍ଲକରେ ଦେଖିବାକୁ ମିଳିଛି । ଗରିବ ମା ମାନଙ୍କ କହିବା ହେଲା କରୋନା ସମୟରେ କାମ ଧନ୍ଦା ନଥିବାରୁ ଆମକୁ ଏ ମଞ୍ଜି ପେଟକୁ ଆହାର ଯୋଗାଇଛି । ଏହି ମଞ୍ଜି ୨ ବର୍ଷ ପରେ ପୁଣି ଆସିଛି ବୋଲି ଗ୍ରାମବାସୀ କହିଛନ୍ତି ।



















