ଖଜୁରୀପଡ଼ା, ୪/୬(ଅନନ୍ତ କୁମାର ଦିଗାଲ): ଖଜୁରୀପଡ଼ା ବ୍ଲକ ପିପଲପଡ଼ା ଗ୍ରାମରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ରାସ୍ତା ନିର୍ମାଣ ହୋଇଥିବା ବେଳେ ଯନ୍ତ୍ରୀ ଙ୍କ ଅନୁପସ୍ଥିତି ଏବଂ ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ କାରଣ ରୁ ଟିକିଏ ବର୍ଷା ହେଲେ ଗାଁ ଜଳ ବନ୍ଦୀ ହେଉଥିବା ବେଳେ ଆଜିର ଅଧଘଣ୍ଟା ବର୍ଷାରେ ଉବୁଟୁବୁ ହେଲା ପିପଲପଡ଼ା ଗ୍ରାମ। ଏଭଳି ସମସ୍ୟାର ସୁଚନା ବିଭାଗୀୟ ଯନ୍ତ୍ରୀ ଅଧିକାରୀ ଠିକାଦାର ପ୍ରମୁଖ ଅବଗତ ଥିବା ବେଳେ ଗ୍ରାମବାସୀ ସମସ୍ୟା ପ୍ରତି ହେୟଜ୍ଞାନ କରୁଥିବା ଅଭିଯୋଗ ହେଉଛି। ଗ୍ରାମବାସୀ ରାସ୍ତା ନିର୍ମାଣ ବେଳେ ପୋଲଟିଏ କରିବାକୁ ପରାମର୍ଶ ଦେଇଥିଲେ । ଯନ୍ତ୍ରୀ ତାହା କରି ନଥିଲେ । ଯାହାର ପରିଣାମ ଆଜି ଗ୍ରାମବାସୀ ଙ୍କୁ ଭୋଗିବାକୁ ପଡ଼ୁଛି। କିନ୍ତୁ ଖୁବ୍ ଶୀଘ୍ର ଯଦି ଏହାର ସମାଧାନ ନ କରାଯାଏ ତାହା ହେଲେ ରାସ୍ତାକୁ ଭାଙ୍ଗିବାକୁ ବାଧ୍ୟ ହେବୁ ବୋଲି ପିପଲପଡ଼ା ଗ୍ରାମବାସୀ ଅନ୍ତ ର୍ୟ୍ୟାମୀ ମଲିକ, ନିରଂଜନ ମଲିକ, ବ୍ରଜ ମଲିକ, ସମ୍ବଳ ମଲିକ, ଆଦିତ୍ୟ ମଲିକ, ଦଶରଥ ମଲିକ ଏବଂ ଶଙ୍କର ମଲିକ କହିଛନ୍ତି ।


















