କନ୍ଧମାଳ , ୩।୬ (ସୁରେଶ କୁମାର ପଣ୍ଡା): କନ୍ଧ ଗଉଡ଼ ସମାଜ ଫିରିଙ୍ଗିଆ, କନ୍ଧମାଳ ସଭାପତି ପ୍ରେମାନନ୍ଦ ମାଝୀ ଙ୍କ ନେତୃତ୍ୱରେ କୋଭିଡ -୧୯ ନିମନ୍ତେ ମୁଖ୍ୟମନ୍ତ୍ରୀ ଓଡ଼ିଶା ରିଲିଫ ଫଣ୍ଡ କୁ କନ୍ଧମାଳ ଜିଲ୍ଲାପାଳ ଡ଼ ବୃନ୍ଦା ଡ଼ିଙ୍କ ଜରିଆରେ ୫୫୫୫ ଟଙ୍କା ଦାନ କରିଥିଲେ। ଏହି ସମାଜ କୋଭିଡ-୧୯ ର ମୁକାବିଲା ପାଇଁ ବିଭିନ୍ନ ସମୟରେ ସାରଙ୍ଗଡ , ମଣି ପଦର , ବନ୍ଧଗଡ଼ ଭଳି ବିଭିନ୍ନ ଗ୍ରାମ ରେ ମାସ୍କ, ସାବୁନ ବାଣ୍ଟି ସଚେତନତା କାର୍ଯ୍ୟକ୍ରମ କରିଥିଲେ । ସମସ୍ତ କର୍ମକର୍ତ୍ତା, କାର୍ଯ୍ୟ କାରୀ ସଭାପତି ଦେବେଶ୍ୱର ମାଝୀ, ଉପସଭାପତି ପ୍ରଦୀପ ନାୟକ, ସାଧାରଣ ସମ୍ପାଦକ ବିଭୀଷଣ ମାଝୀ , ସମ୍ପାଦିକା କୁମୁଦିନୀ ବେହେରା, ଉର୍ମିଳା ମାଝୀ ଏବଂ ଏହି ସମାଜ ର ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ଶ୍ରୀସତ୍ୟନାରାୟଣ ବେହେରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ସହଯୋଗ କରିଥିଲେ।


















