Saturday, November 7, 2026
ADVERTISEMENT
Home ଆଞ୍ଚଳିକ ବିବାଦ ଘେରରେ ଥିବା ରୋହିଗାଁ ଆକ୍ରମଣ ଘଟଣାଟିକୁ ବର୍ଷାରେ ଭିଜି ତଦନ୍ତ କଲେ ଏଏସପି

ବିବାଦ ଘେରରେ ଥିବା ରୋହିଗାଁ ଆକ୍ରମଣ ଘଟଣାଟିକୁ ବର୍ଷାରେ ଭିଜି ତଦନ୍ତ କଲେ ଏଏସପି

344
ADVERTISEMENT

କୁକୁଡାଖଣ୍ଡି ,୩/୬(ଇ.ରଞ୍ଜନ) : ରୋହିଗାଁ ପୂଣ୍ନ ଜେନା ଆକ୍ରମଣ ଘଟଣାର ଗ୍ରାମକୁ ଯାଇ ବର୍ଷାରେ ଭିଜି ଗ୍ରାମର ଆକ୍ରମଣ ଘଟଣା ଘଟିଥିବା ମୁଖ୍ୟସ୍ଥଳ କେନାଲପାର୍ଶ୍ୱକୁ ଯାଇ ତଦନ୍ତ କରିଛନ୍ତି ବ୍ରହ୍ମପୁର ଏଏସପି ପ୍ରଭାତ ରାଊତରାୟ। ପୂର୍ବତନ ବ୍ଲକ ବିଜେଡି ସଭାପତି ସନ୍ୟାଷୀ ଜେନାଙ୍କ ଭାଇକୁ ଏପ୍ରିଲ ୯ ତାରିଖ ରାତ୍ର ୭.୩୦ ରେ ଗ୍ରାମର କୈଣସି କାରଣରୁ ପୋଖରୀ ନିକଟରେ ସ୍ଥାନୀୟ ସରପଞ୍ଚଙ୍କ ପୁଅଙ୍କ ସମେତ ୬ଜଣ ଆକ୍ରମଣ କରି ଗୋଡ ଭାଙ୍ଗିଦେଇଥିଲେ। ସେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କ ପରିବାର ଭୟରେ ଦୁଇ ଥର ବ୍ରହ୍ମପୁର ଏସପିଙ୍କୁ ସୁରକ୍ଷା ମାଗିଥିଲେ। ପରେ ସରପଞ୍ଚଙ୍କ ପୁଅଙ୍କ ସପକ୍ଷରେ ବ୍ଲକ ସରପଞ୍ଚ ସଂଘ ଏସପି ଙ୍କୁ ଭେଟି ସରପଞ୍ଚ ଙ୍କ ପୁଅ ବିଶିଷ୍ଟ ନିର୍ଦେଶ ବୋଲି ଦାବିପତ୍ର ପ୍ରଦାନ କରିଥିଲେ। ଘଟଣା ଅଧିକ ଜଟିଳ ହେଉଥିବା ଦେଖି ଏସପି ପିନାକ ମିଶ୍ର ସଦର ଏଏସପିଙ୍କୁ ଘଟଣାର ତଦନ୍ତ ନିର୍ଦେଶ ଦେଇଥିଲେ। ମଙ୍ଗଳବାର ଏଏସପି ରୋହିଗାଁ ପହଞ୍ଚି ପୂଣ୍ନ ଙ୍କୁ ଆକ୍ରମଣ ହୋଇଥିବା ପୋଖରୀ ନିକଟକୁ ଯାଇ ପ୍ରତକ୍ଷଦର୍ଶୀ ଏବଂ ପୂଣ୍ନଙ୍କ ଘରକୁ ଯାଇ ତାଙ୍କ ପରିବାର ବର୍ଗଙ୍କୁ ଘଟଣା ସଂପର୍କରେ ଟିକନିକ ପଚାରିବା ସହ ବୟାନ ରେକଡ କରିଥିଲେ। ପୂର୍ବରୁ ଏହି ଘଟଣାରେ ୪ଜଣ ଗିରଫ ହୋଇଛନ୍ତି। ବିବାଦ ଘେରରେ ରୋହିଗାଁ ଅଧିକାଂଶ ଅଶାନ୍ତ ରହୁଥିବା ବେଳେ ଏଠାରେ ଶାନ୍ତି ଫେରାଇ ଆଣିବାକୁ ପୋଲିସ ପ୍ରୟାସ ରଖିଛି ,ତଦନ୍ତ ପୁଣି ଥରେ କରାଯିବ ବୋଲି ଏଏସପି ସୂଚନା ଦେଇଛନ୍ତି। ପୂଣ୍ନଙ୍କ ପରିବାର ବର୍ତ୍ତମାନ ସଂପୂଣ୍ନ ସୁରକ୍ଷା ଚାହୁଁଥିବା ବେଳେ ଗ୍ରାମରେ ପୋଲିସ ଫର୍ସ ମଧ୍ୟ ମୁତୟନ ରହିଛନ୍ତି ।ସଦର ଆଇଆଇସି ସନ୍ତୋଷିନୀ ଓରାମ ମଧ୍ୟ ତଦନ୍ତ ବେଳେ ଉପସ୍ଥିତ ଥିଲେ।

Advertisement