Friday, November 6, 2026
ADVERTISEMENT
Home ଆଞ୍ଚଳିକ କରୋନା ସଚେତନତା ନିମନ୍ତେ କୋଦଳା ପ୍ରଶାସନର ଯୋରଦାର ପ୍ରଚାର

କରୋନା ସଚେତନତା ନିମନ୍ତେ କୋଦଳା ପ୍ରଶାସନର ଯୋରଦାର ପ୍ରଚାର

270
ADVERTISEMENT

କୋଦଳା ,୩/୬( ସୂର୍ଯ୍ୟନାରାୟଣ ବଡୁ ) :ମହାମାରୀ କରୋନା ର ଭୟାବହତା କୁ ଆଖି ଆଗରେ ରଖି ମଙ୍ଗଳବାର ତହସିଲ , ଥାନା ଏବଂ ଏନଏସି କାର୍ୟାଳୟ ତରଫରୁ ଡାକବାଜି ଯନ୍ତ୍ର ଲଗାଇ ତହସିଲଦାର ପ୍ରଭାତ କୁମାର ପରିଡା ଙ୍କ ଅଧ୍ୟକ୍ଷତାରେ ଥାନା ଅଧିକାରୀ ଦେବାଶିଷ ମହାନ୍ତି ,ସବ ଇନିସପେକ୍ଟର ଅନିଲ କୁମାର ସାହୁ , ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, ଆରଆଇ ଶେଖର ଚନ୍ଦ୍ର ସେଠୀ , ଏନଏସି କନିଷ୍ଠ ଯନ୍ତ୍ରୀ ଜତିନ୍ଦ୍ର ମୋହନ ବେହେରା , ସ୍ୱଚ୍ଛତା ଏକ୍ସପୋର୍ଟର ଚନ୍ଦ୍ର ମାରାଣ୍ଡି ପ୍ରମୁଖ କୋଦଳା ଅଞ୍ଚଳର ସମସ୍ତ ବ୍ୟବସାୟ ଅନୁଷ୍ଠାନକୁ ଯାଇ ବିନା ମାସ୍କରେ ଜିନିଷ ବିକ୍ରି କରିପାରିବେ ନାହିଁ ,ଦୋକାନ ଆଗରେ ସାନିଟାଇଜର,ହେଣ୍ଡ୍ଵାଶ ଓ ପାଣି ବାଲ୍ଟି ରଖିବେ ,ସାମାଜିକ ଦୂରତ୍ୱ ବଜାୟ ରଖିବା ପାଈଁ ଧଳା ରାଉଣ୍ଡ କରିବେ , ଜନସାଧାରଣ ମାସ୍କ ବ୍ୟବହାର କରିବେ , ବିନା କାରଣରେ ଘରୁ ବାହାରିବେ ନାହିଁ , ସାମାଜିକ ଦୂରତ୍ୱ ବଜାୟ ରଖିବେ , ସନ୍ଧ୍ୟା ସାତଘଣ୍ଟ ପରେ ବାହାରକୁ ବାହାରିବେ ନାହିଁ ,ପ୍ରତ୍ୟକ ଶନିବାର ଓ ରବିବାର କର୍ଫ୍ଯୂ ଜାରି ରହିବ ,ସେହି ଦୁଇଦିନ ସମସ୍ତ ବ୍ୟବସାୟ ଅନୁଷ୍ଠାନ ବନ୍ଦ ରହିବ । କେବଳ ମେଡିକାଲ , ଦମକଳ କେନ୍ଦ୍ର , ମେଡିକାଲ ଷ୍ଟୋର ଖୋଲା ରହିବ ଅନ୍ୟ ସମସ୍ତ ଅନୁଷ୍ଠାନ ବନ୍ଦ ରହିବ ବୋଲି ସଚେତନ କରିଥିଲେ ।ବାରମ୍ବାର ସଚେତନ କରିବା ସତ୍ୱେ କିଛି ଅମାନିଆ ବ୍ୟବସାୟୀ କଥା ନ ଷୁଣିବାରୁ ସେମାନଙ୍କ ଠାରୁ କିଛି ଜୋରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି ।ସମସ୍ତ ସହର ସଚେତନ କରିବା ପରେ ତହସିଲଦାର କଲେଜ ରୋଡ ରେ ଥିବା ଅସ୍ଥାୟୀ ମାଛ ବଜାର କୁ ଯାଇ ସେମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ଏନଏସି ପ୍ରସ୍ତାବିତ ମାଛମାର୍କେଟ କୁ ଦେଖାଇଥିଲେ ଏବଂ ବହୁଦିନ ଧରି ଜବରଦଖଲ ରେ ରଖିଥିବା ବହୁ ଯାଗାକୁ ଉଛେଦ କରିଥିଲେ । କୋଦଳା ପ୍ରଶାସନ ର ଏହି ଜନହିତକର କାର୍ଯ୍ୟକୁ ଗ୍ରାମବାସୀ ଖୁସି ବ୍ଯକ୍ତ କରିଛନ୍ତି ।

Advertisement