ଚିକିଟି,୩/୬( ଋଷିକେଶ ବେହେରା) : ଚିକିଟି ବିଜ୍ଞପିତ ଅଞ୍ଚଳ ର ସମସ୍ତ ଠେଲାଗାଡି ଵ୍ୟଵସାୟୀ ଯେଉଁମାନଙ୍କର ଲକଡାଉନ ନିମନ୍ତେ ବ୍ୟବସାୟ ଗୋଟେ ପ୍ରକାର ବନ୍ଦ ହୋଇଯାଇଥିଲା ଓ ସେମାନେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ । ସେମାନଙ୍କ ବେପାର ଆରମ୍ଭ କରିବା ପାଇଁ ଯୁବ ସମାଜସେବୀ ଶ୍ରୀରୁପ ଦେବ ସେମାନଙ୍କ ସମସ୍ୟା ବୁଝିବାସହ ସେମାନଙ୍କ ବେପାର ଆରମ୍ଭ ପାଇଁ ବିଭିନ୍ନ ପ୍ରକାର ସାମଗ୍ରୀ ଦେବା ସହ କିଛି ଆର୍ଥିକ ସହାୟତା ମଧ୍ୟ କରିଥିଲେ । ଏଥିଦ୍ୱାରା 50 ରୁ ଉର୍ଦ୍ଧ ଵ୍ୟଵସାୟୀ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦର ଉପକୃତ ଶ୍ରୀରୁପ ଦେଓଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।


















