Friday, November 6, 2026
ADVERTISEMENT
Home ଆଞ୍ଚଳିକ ତାଲାବନ୍ଦୀ ସମୟରେ ସଦରଥାନା ତରଫରୁ ରକ୍ତଦାନ କାର୍ଯ୍ୟକ୍ରମ

ତାଲାବନ୍ଦୀ ସମୟରେ ସଦରଥାନା ତରଫରୁ ରକ୍ତଦାନ କାର୍ଯ୍ୟକ୍ରମ

249
ADVERTISEMENT

ବ୍ରହ୍ମପୁର,୨/୬(ଇ.ରଞ୍ଜନ ): ମହାମାରୀ କୋରନାର ପ୍ରଭାବ ଯୋଗୁଁ ସାରା ବିଶ୍ୱଅସ୍ତବ୍ୟସ୍ତ ରହିଥିବା ବେଳେ ସରକାର ଏହାର ସୁରକ୍ଷା ନେଇ ସରକାର ନିର୍ଦ୍ଧେଶାବଳି ଜାରିକରି ଲକଡାଉନ, ସର୍ଟଡାଉନ ନିୟମ କଢ଼ାକୋଡ଼ି କରିଥିବା ବେଳେ ଅନା ଆବଶ୍ୟକତା ସ୍ଥଳରେ ଘର ବାହାର କୁ ନବାହାରି ବା ନିମନ୍ତେ ଜନସାଧାରଣ ଙ୍କୁ ନିବେଦନ କରିଛନ୍ତି ସରକାର l ଏହି ଘୋଡ଼ିସନ୍ଧି ମୁହୂର୍ତ୍ତ ରେ ଘରଭିତରେ ସମସ୍ତେ ବନ୍ଧନ l ସାଧାରଣ ରୋଗୀଙ୍କ ପାଇଁ ରାଜ୍ୟରେ ରକ୍ତର ଘୋର ଅଭାବ ଦେଖାଦେଇଥିବାରୁ ବର୍ତମାନ ଏହି ସମୟରେ ରକ୍ତଦାତା ଙ୍କ ରକ୍ତ ପ୍ରଧାନ ନିମନ୍ତେ ଉତ୍ସାହବୃଦ୍ଧି ପାଇଛି ଏହି ସମୟରେ ସରକାରୀ ସ୍ତରରେ ଚିନ୍ତାଧାରା କୁ ନେଇ କିଛି ନିୟମ କୋହଳ ରହିଥିବା ଯୋଗୁଁ ଏହାକୁ ଦୃଷ୍ଟିରେ ରଖି ସଦରଥାନା ଅଧିକାରିଣୀ ସନ୍ତୋଷୀନି ଓରାମ ଙ୍କ ଦ୍ୱାରା ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ପ୍ରତି ମୁହୂର୍ତ ରେ ରକ୍ତଦାନ ମହତ୍ୱ ପୂର୍ଣ୍ଣ ଭାବେ ବିବେଚନା କରାଯାଇଛି ସୋମବାର ସନ୍ଧ୍ୟାରେ ବ୍ରହ୍ମପୁର ସଦର ଥାନା ପକ୍ଷରୁ ଓଡିଶା ସରକାରଙ୍କ ଭ୍ରାମ୍ୟମାଣ ଯାନ ଦ୍ୱାରା ଏକ ରକ୍ତଦାନ ଅନୁଷ୍ଠିତ ହୋଇଯାଇଛି l

ଯୁବ ରକ୍ତଦାତାଙ୍କ ରକ୍ତଦାନ ନିମନ୍ତେ ଆଗ୍ରହ ର ସହ ପ୍ରଧାନ କରିଥିଲେ । ଏହି ଶିବିରକୁ ସଦରଥାନା ଏସଡିପିଓ ଜୟନ୍ତ ମହାପାତ୍ର ଉଦ୍ଘାଟନ କରିଥିଲେ ଏହି କାର୍ଯ୍ୟକ୍ରମରେ ସମସ୍ତ ପୋଲିସ କର୍ମଚାରି ମାନେ ଯୋଗଦେଇ ଉତ୍ସାହ ପୂର୍ବକ ଭାବେ ରକ୍ତଦାନ କରିଥିବା ବେଳେ ଏଥିରେ କୁକୁଡ଼ାଖଣ୍ଡି ବ୍ଲକ ଅଦକ୍ଷ କାମାକ୍ଷା ପ୍ରସାଦ ପାତ୍ର,ବ୍ଲକ ବିଜେଡି ସଭାପତି ସନ୍ତୋଷ ଚୌଧୁରୀ,କେଟିଏସ ପ୍ରିନସିପାଲ ଡାକ୍ତର ବିମଳ ପଣ୍ଡା, ଥାନା ଦ୍ୱତୀୟ ଅଧିକାରୀ ବିଶ୍ୱନାଥ ଜାଲି, ଏସ ଆଇ ବିଭୁତି ସେଠି, ଝୁନୁବାଳl ସାସମଲ, ଏଏସଆଇ ବିନୀତ ଶତପଥି, ସୁରେଶ ସାହୁ,ଧୋବା ସ୍ୱାଇଁ ସମେତ କୋନେଷ୍ଟବୋଲ ହୋମଗାର୍ଡ ଯୋଗଦେଇଥିଲେ ଅଞ୍ଚଳର ଉତ୍ସାହିତ ପୋଲିସ ଓ ସ୍ଥାନୀୟ ଯୁବକ ଙ୍କ ଠାରୁ ରକ୍ତ ସଂଗ୍ରହ କରାଯାଇଛି ଏଥିରେ ସାମ୍ବାଦିକ ହିମାଂଶୁ ପାଢ଼ୀ ମଧ୍ୟ ରକ୍ତପ୍ରଧାନ କରିଥିଲେ l ଏଥିରେ ୩0ୟୁନିଟ ରକ୍ତ ସଂଗ୍ରହ କରାଯାଇଛି l

Advertisement