ଚକାପାଦ, ୨-୬(ଦେବାଶିସ ପ୍ରିୟଦର୍ଶିନ ସାହୁ) : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ନୂଆସାହିରେ ଆଜି ହୋଇଥିବା ଘଡ଼ଘଡ଼ି ସହ ବର୍ଷାରେ ବଜ୍ରପାତ ଘଟି ସୁମନ୍ତ ବିଶୋଇ(୨୩) ଙ୍କର ମୂର୍ତ୍ୟୁ ହୋଇଯାଇଛି। ହଠାତ୍ ଆରମ୍ଭ ହୋଇଥିବା ଘଡ଼ଘଡ଼ି ସହ ବର୍ଷା ସମୟରେ ସୁମନ୍ତ ନିଜଘର ବାରଣ୍ଡା ରେ ଥିବା ବେଳେ ତାଙ୍କର ସ୍ତ୍ରୀ ମିଲି ବେହେରା ଘରଭିତରେ ଥିଲେ।ସୁମନ୍ତଙ୍କ ଚିତ୍କାର ଶୁଣି ଆସି ଦେଖିବା ବେଳେ ସୁମନ୍ତଙ୍କ ପ୍ରାଣବାଯୁ ଉଡ଼ିଯାଇଥିଲା। ଏଭଳି ଘଟଣାରେ ନୂଆ ସାହିରେ ଦୁଖର ଛାୟା ଖେଳି ଯାଇଛି।


















