କନ୍ଧମାଳ,୧/୬(ସୁରେଶ ପଣ୍ଡା) : କନ୍ଧମାଳ କ ନୂଆଗାଁ ବ୍ଲକ କଞ୍ଜାମେଣ୍ଡି ଗ୍ରାମର ଦୀର୍ଘ ୮ମାସ ହେଲା ଏକ ଭଡ଼ା ଘରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର ବହୁ ଦିନ ନୂଆ ଘର ତିଆରି ପାଇଁ ପୁରୁଣା ଅଙ୍ଗନୱାଡ଼ି ଘର ଭାଙ୍ଗି ଦିଆଯାଇଛି । ଯାହା ଦ୍ୱାରା ନାହିଁ ନଥିବା ଅସୁବିଧା ହେଉଛି ଅଙ୍ଗନୱାଡ଼ି କର୍ମୀ ନିଜ ହାତରୁ ଭଡ଼ା ଦେଇଥିବା ମଧ୍ୟ କହିଛନ୍ତି ବାରମ୍ବାର ସିଡିପିଓଙ୍କୁ କହିଲେ ମଧ୍ୟ ଶୁଣୁ ନଥିବା କହିଛନ୍ତି । ଅଙ୍ଗନୱାଡ଼ି କର୍ମୀ ଏନେଇ ଆଜି ଗ୍ରାମର କିଛି ଏସଏଚଜି ଗ୍ରୁପ ମା ମାନେ କ ନୂଆଗାଁ ବ୍ଲକ ବିଡ଼ିଓ ମନୋଜ କୁମାର ତ୍ରିପାଠୀଙ୍କୁ ଲିଖିତ ଅଭିଯୋଗ କରିବା ପାଇଁ କିନ୍ତୁ ବିଡ଼ିଓ ଗ୍ରୁପ ମା ମାନଙ୍କୁ ଧମକ ଦେଇଥିଲେ ଏଠାରୁ ଯିବେ ନା ପୋଲିସ ଡାକି ଥାନାରେ ଭର୍ତ୍ତି କରିଦେବି ଡରରେ ମା ମାନେ ଆହୁରି ଅନେକ ଅଭିଯୋଗ କରିବା ପାଇଁ ଯାଇଥିଲେ ମଧ୍ୟ ଭୟରେ ପଳେଇ ଆସିଥିଲେ। ଏହି ପ୍ରକାର କାର୍ଯ୍ୟକ୍ରମ ପାଇଁ ବିଡ଼ିଓଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି ।



















