Friday, November 6, 2026
ADVERTISEMENT
Home ଆଞ୍ଚଳିକ ଗଜପତି ମୋଟର ୟୁନିଅନ: କର୍ମଚାରୀଙ୍କ ସୁରକ୍ଷା ନେଇ ସାମ୍ବାଦିକ ସମ୍ମିଳନୀ

ଗଜପତି ମୋଟର ୟୁନିଅନ: କର୍ମଚାରୀଙ୍କ ସୁରକ୍ଷା ନେଇ ସାମ୍ବାଦିକ ସମ୍ମିଳନୀ

744
ADVERTISEMENT

ଗଜପତି,୧/୬(ପ୍ରଭାତ କୁମାର ପାତ୍ର) : ଗାଡ଼ି ଚାଲିବା ବ୍ୟବସ୍ଥାକୁ ନେଇ ଗଜପତି ମୋଟର ୟୁନିଅନ ଉଠାଇଛି ପ୍ରଶ୍ନ ? ବସ କର୍ମଚାରୀଙ୍କ ସୁରକ୍ଷା ପାଇଁ ରଖିଛି ଦାବି। ଏନେଇ ଏକ ପ୍ରେସମିଟ ଜରିଆରେ, ଯାତ୍ରୀମାନଙ୍କ ଦ୍ବାରା ସଂକ୍ରମଣର ଆଶଂକା ରହିଥିବା ବେଳେ, ଯାତ୍ରୀବାହୀ ବସ ସାନିଟାଇଜ କରିବା, ବିଶେଷ କରି ବସ କର୍ମଚାରୀ ସଂକ୍ରମଣର ଶିକାର ହେଲେ ସେମାନଙ୍କ ନିମନ୍ତେ ସରକାର କୈାଣସି ବ୍ୟବସ୍ଥା କରିନ ଥିବା ଅଭିଯୋଗ କରିଛନ୍ତି । ସମସ୍ତ ମୋଟର କର୍ମଚାରୀଙ୍କ ସୁରକ୍ଷା ନିମନ୍ତେ ବ୍ୟବସ୍ଥା କରିବା ସହ ବୀମାଭୁକ୍ତ କରିବା ଦାବୀ ରଖିଛି ୟୁନିଅନ। ଦୀର୍ଘ ଦୁଇ ମାସ ଲକଡାଉନରେ ରୋଜଗାର ହରାଇଛନ୍ତି ଏମାନେ, ସରକାର ସମସ୍ତ ବର୍ଗର ଲୋକଙ୍କୁ ସହାୟତା ଯୋଗାଇ ଦେଇଛନ୍ତି କିନ୍ତୁ ବେଶୀ ପ୍ରଭାବିତ ହୋଇଥିବା ଏହି କର୍ମଚାରୀଙ୍କୁ କୈାଣସି ସହାୟତା ମିଳିପାରିନଥିବା କହିଛନ୍ତି, ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି କିନ୍ତୁ ଏହାର ସମାଧାନ ପାଇଁ କୈାଣସି ଉଚିତ ପଦକ୍ଷେପ ନିଆଯାଇନଥିବା ବେଳେ ଦାବି ପୂରଣ ନ ହେଲେ କୈାଣସି ମତେ ଗାଡ଼ି ଚାଲିବ ନାହିଁ, କାମରେ କେହି ଯୋଗ ଦେବେ ନାହିଁ ବୋଲି କହିଛନ୍ତି ୟୁନିଅନର ସଭାପତି।

Advertisement