Friday, November 6, 2026
ADVERTISEMENT
Home ଆଞ୍ଚଳିକ ମନରେଗା କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ : ଶ୍ରମିକଙ୍କୁ ମିଳୁନି ଉଚିତ ପାରିଶ୍ରମିକ

ମନରେଗା କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ : ଶ୍ରମିକଙ୍କୁ ମିଳୁନି ଉଚିତ ପାରିଶ୍ରମିକ

280
ADVERTISEMENT

ବାଲିଗୁଡା,୧/୬(ସୁରେଶ ପଣ୍ଡା) : କନ୍ଧମାଳ ବାଲିଗୁଡା ବ୍ଲକ ଦୁର୍ନୀତି ଗନ୍ତାଘର କହିଲେ ଅତୃକ୍ତି ହେବନାହିଁ ସରକାରୀ ସମ୍ପତି ଲୁଟ ହେଉକି ମିଥ୍ୟା ବିଲ୍ ହେଉ ବାଲିଗୁଡା ବ୍ଲକ ଚର୍ଚ୍ଚାରେ ରହିଛି ପୁଣି ବାଲିଗୁଡା ବ୍ଲକରେ ମନେରଗା ଦୁର୍ନୀତି ସହ ଶ୍ରମିକଙ୍କୁ ପରିଶ୍ରମିକ ମିଳିନଥିବା ନେଇ ବାଲିଗୁଡା ଉପ ଜ଼ିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ l ମିଳିଥିବା ସୂଚନା ଅନୁଯାୟୀ ବାଲିଗୁଡା ବ୍ଲକ ସୁଡ୍ରା ଗ୍ରାମପଂଚାୟତର ୧୬ନମ୍ବର ୱାଡ଼ ଜାର୍ଗୀ ଗତ ମାର୍ଚ୍ଚ ମାସରେ ମନରେଗାରେ ଜଳ ସଂରକ୍ଷଣ ନିମନ୍ତେ ଷ୍ଟ୍ରେଞ୍ଚ ଖୋଳିବା କାମ ହୋଇଥିଲା କିନ୍ତୁ ଗ୍ରାମସାଥିଙ୍କୁ ନଜଣାଇ ଗ୍ରାମରୋଜଗାର ସେବକ କାମ ଆରମ୍ଭ କରିଥିଲେ ଦୀର୍ଘ ତିନି ମାସପରେ ଗ୍ରାମ ରୋଜଗାର ସେବକ ତାପସ କୁମାର ସାହୁ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ୨୦୭ଟଙ୍କା ବଦଳେ ୧00ଟଙ୍କା ଲେଖାଏଁ ଶ୍ରମିକଙ୍କ ଜମାଖାତାକୁ ନଛାଡି ନଗଦ ପୈଠ କରୁଥିବା ଅଭିଯୋଗ ହୋଇଛି ଏ ନେଇ ଶ୍ରମିକ ମାନେ ପ୍ରତିବାଦ କରିବାରୁ କୁଆଡେ ରୋଜଗାର ସେବକ ଧମକ ଚମକ ଦେଇଥିବା କହିଛନ୍ତି ଶ୍ରମିକମାନେ l ଶ୍ରମିକ ମାନଙ୍କୁ ଜମା ଖାତାକୁ ସିଧାସଳଖ ପରିଶ୍ରମିକ ଦେବାର ନିୟମ ଥିବାବେଳେ ଏହାର ଖୋଲା ଉଲଂଘନ କରାଯାଇଛି । ତେବେ କାହାକୁ ବ୍ଲକ ପ୍ରଶାସନ ଶ୍ରମିକଙ୍କୁ ପଇସା ଛାଡିଲା ସେନେଇ ନା ନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଵିଧିବଦ୍ଧ ତଦନ୍ତକରି ଗ୍ରାମ ସେବକ ଓ ସରକାରୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ସହିତ ଶ୍ରମିକଙ୍କୁ ଉଚିତ ପ୍ରାପ୍ୟ ପ୍ରଦାନ କରିବାକୁ ୱାର୍ଡ଼ ମେମ୍ବର ନୀଳକଣ୍ଠ ମଳିକ, ଗାଁ ସାଥି ସନାତନ ମଲିକ, ସିରେନ ଡିଗାଲ ସମେତ ଗ୍ରାମବାସୀ ଓ ଶ୍ରମିକ ମାନେ ଦାବି କରିଛନ୍ତି l

Advertisement