ଖଜୁରୀପଡ଼ା,୧/୬(ଅନନ୍ତ କୁମାର ଦିଗାଲ) : ଖଜୁରୀପଡ଼ା ସଦରମହକୁମା ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଗ୍ରାହକଙ୍କୁ ସାମାଜିକ ଦୂରତା ପାଳନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଦେଖାଯାଉଛି। ବର୍ତ୍ତମାନ ରାଜ୍ୟର କରୋନା ସ୍ଥିତି ଗମ୍ଭୀର ରହୁଥିବା ବେଳେ ଖୋଦ୍ ବ୍ୟାଙ୍କ କର୍ମଚାରୀ ଏସି ରୁମରେ ରହି କାମକରୁଥିବା ବେଳେ ବାହାରେ ଶତାଧିକ ଲୋକ ଖରାତରାରେ ରହି ଅପେକ୍ଷା କରୁଥିବା ଦେଖିବାକୁ ମିଳିଛି।ଗୁରୁତ୍ବପୂର୍ଣ୍ଣ କଥାଯେ ଏଠାରେ ଗ୍ରାହକ ମାନଙ୍କ ପାଇଁ ସାଧାରଣ ସାନିଟାଇଜର ବ୍ୟବସ୍ଥା ମଧ୍ଯ ହେଉନଥିବା ଦେଖିବାକୁ ମିଳିଛି।


















