ବାଲିଗୁଡା, ୩୧।୫(ସୁରେଶ ପଣ୍ଡା): କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକ୍ ରେ ଥିବା ସଂଘରୋଧ କେନ୍ଦ୍ରରେ ଅସୁସ୍ଥ ବୃଦ୍ଧ ଭୁବନେଶ୍ୱର ରେ ମୃତ୍ୟୁ l ଗତ ୨୭ ତାରିଖ ରେ ତୁମୁଡିବନ୍ଧ ଥାନା ଅଞ୍ଚଳର ମାଲିକାପଡିର ଦିନ ନାୟକର ପରିବାରର ପୁଅ ବହୁ ସହ ସଂଘରୋଧ କେନ୍ଦ୍ରରେ ରହିଆସୁଥିବା ବେଳେ ସେଠାରେ ଖାଇବା ପିଇବା ଅବହେଳା କରାଯାଇଥିଲା ବୃଦ୍ଧଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ହେଉଛି । ଅବସ୍ଥା ଗୁରୁତର ହେବାରୁ ଶେଷ ମୁହୂର୍ତ୍ତରେ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାକୁ ନେବାପରେ ପୁଣି ଭୁବନେଶ୍ବର କିମ୍ସ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲା । ଶନିବାର ଦିନ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା l ଖାଦ୍ୟପେୟ ଚିକିତ୍ସା ଅବହେଳେରେ ଦିନର ମୃତ୍ୟୁ ହୋଇଥିବାରୁ ଦାୟିତ୍ୱରେ ଥିବା ସରପଞ୍ଚ ଓ ବ୍ଲକ ପ୍ରଶାସନକୁ ଦାୟୀ କରିଛନ୍ତି । ପରିବାର ଲୋକେ ଏପରିକି ମୃତ ବାପାଙ୍କ ଦେହ ଖରାପ ହୋଇଥିବା ବେଳେ ସଂଘରୋଧ କେନ୍ଦ୍ରରେ ଥିବା ପୁଅ ଯୋଗେନ୍ଦ୍ରଙ୍କୁ ମଧ୍ୟ ବାପାଙ୍କ ପାଖକୁ ଛାଡିନ ଥିଲେ । ରାତି ଅଧରେ ବୃଦ୍ଧା ମାଙ୍କୁ ଆମ୍ବୁଲାନ୍ସରେ ଛାଡ଼ିଥିଲେ । ଏଥିସହ ମୃତ୍ୟୁର ୨୪ଘଣ୍ଟା ବିତିଯାଇଥିଲେ ସୁଦ୍ଧା ପରିବାରକୁ ଶବ ହସ୍ତାନ୍ତର ନକରିବା ପ୍ରତିବାଦ କରିବା ସହ କ୍ଷତି ପୂରଣ ପାଇ ଦାବି ସହ ସଂଘରୋଧ କେନ୍ଦ୍ରରେ ପରିବାର ପକ୍ଷରୁ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ଲୋକେ ପାଟିତୁଣ୍ଡ କରିଥିଲେ l ସରକାର ରାଜ୍ୟରେ ପ୍ରବାସୀଙ୍କ ପାଇଁ ରହିବା ଖାଇବା ଓ ଉତ୍ତମ ଚିକିତ୍ସା ବ୍ୟବସ୍ଥା କରିବାକୁ ଘୋଷଣା କରିଥିବା ବେଳେ କନ୍ଧମାଳ ଜ଼ିଲ୍ଲାରେ ଏହାର ବ୍ୟତିକ୍ରମ ଘଟୁଥିବା ଅଭିଯୋଗ ହେଉଛି । ଏଥିରୁ ସହଜେ ସହଜେ ଅନୁମେୟ ଯେ ଜ଼ିଲ୍ଲାରେ କେଉଁଭଳି ଚାଲିଛି ସଂଘରୋଧ କେନ୍ଦ୍ର l ସରକାରୀ କଳର ଉଦାସୀନତା ଯୋଗୁ ଜଣେ ରୋଜଗାର କ୍ଷମ ପ୍ରବାସୀ ବୃଦ୍ଧଙ୍କ ନିରୀହ ଜୀଵନ ଗଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏହାର ନିରପେକ୍ଷ ତଦନ୍ତ କରି କାର୍ଯ୍ୟରେ ଅବହେଳା କରିଥିବା ଅଫିସରଙ୍କ ବିରୋଧରେ କାର୍ଯ୍ୟ।ନୁଷ୍ଠାନ ନେବା ସହିତ ପଚାଶ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନେତ୍ରମାନ ସେଠ୍ ଓ ବରିଷ୍ଠ ବିଜେପି ନେତା କମଳା ପାଣ୍ଡେ ବରିଷ୍ଠ ନାଗରିକ ଅରୂପ ଜେନା ପୂର୍ବତନ ବାଲିଗୁଡା ବିଧାୟକ କରେନ୍ଦ୍ର ମାଝୀ ପ୍ରମୁଖ ଦାବୀ କରିଛନ୍ତି l


















