ବଲାଙ୍ଗୀର, ୩୧ା୫(ଦେବବ୍ରତ ଗୁରୁ): ବଲାଙ୍ଗିରର ଜଣାଶୁଣା ସମାଜସେବୀ ସଂଗଠନ ବିଙ୍ଗ୍ ହୁମେନ ଫାଉଣ୍ଡେସନ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ନେଇଛି l ବଲାଙ୍ଗିରକୁ ସଂଯୋଗ କରୁଥିବା 4ଟି ମୁଖ୍ୟ ରାସ୍ତା ସୋନପୁର ରୋଡ, ବରଗଡ-ସମ୍ବଲପୁର ରୋଡ, ପାଟଣାଗଡ ରୋଡ ଏବଂ ଟିଟିଲାଗଡ଼ ରୋଡ ରେ ବାହାରୁ ଆସୁଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଚାରୋଟି ସୂଚନା ଏବଂ ସହଯୋଗ କେନ୍ଦ୍ର ଖୋଲିଛି l ଅନେକ ସଂଖ୍ୟାରେ ପ୍ରତିଦିନ ବଲାଙ୍ଗୀର କୁ ପ୍ରବାସୀ ଶ୍ରମିକ ବସ, ଟ୍ରକ ଯୋଗେ କିମ୍ବା ଚାଲି ଚାଲି ଆସୁଛନ୍ତି l ସେମାନଙ୍କ ରହିବା ଖାଇବା ବ୍ୟବସ୍ଥା ଠିକ ଭାବରେ ହୋଇ ପାରୁନଥିବାରୁ ଆଜି ବିଙ୍ଗ୍ ହୁମେନ ଫାଉଣ୍ଡେସନ ସୂଚନା ଓ ସହଯୋଗ କେନ୍ଦ୍ର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅଥିତି ଭାବରେ ଶ୍ରୀ ଟୁନା ମିଶ୍ର ଯୋଗଦେଇଥିଲେ । ଫାଉଣ୍ଡେସନ ସଭାପତି ଶ୍ରୀ ସୋମନାଥ ମିଶ୍ର ଏବଂ ସେକ୍ରେଟାରୀ ବିବେକାନନ୍ଦ ପଟେଲ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ


















