Friday, November 6, 2026
ADVERTISEMENT
Home ଆଞ୍ଚଳିକ କରୋନା ଯୁଦ୍ଧାଙ୍କ ଉଦ୍ଦେଶ୍ୟରେ ଉତ୍କଳ ସଙ୍ଗୀତ ଗାନ

କରୋନା ଯୁଦ୍ଧାଙ୍କ ଉଦ୍ଦେଶ୍ୟରେ ଉତ୍କଳ ସଙ୍ଗୀତ ଗାନ

628
ADVERTISEMENT

ବ୍ରହ୍ମପୁର,୩୦-୦୫(ଗୁରୁ ପ୍ରସାଦ ପଟନାୟକ) : କରୋନା ଲଢେ଼ଇରେ ସାମିଲ ହୋଇ ଦିନ ରାତି କାର୍ଯ୍ୟ କରୁଥିବା ଯୋଦ୍ଧା ମାନଙ୍କୁ ରାଜ୍ୟ ସଙ୍ଗୀତ ପରିବେଷଣ କରି ଉତ୍ସାହିତ କରିବା ସହ ସେମାନଙ୍କୁ ସମ୍ମାନ ଜଣାଇବାକୁ ରାଜ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆହ୍ବାନ କ୍ରମେ ମୋହୁଡା ପଂଚାୟତ ଠାରେ ଆୟୋଜିତ ହୋଇଛି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ। ଅପରାହ୍ନ ଠିକ୍ ୫.୩୦ମି ସମୟରେ ପଂଚାୟତ ର ସରପଞ୍ଚ ଙ୍କ ତତ୍ତ୍ୱl ବଧାନ ରେ ଆଶା, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ସ୍କୁଲ କର୍ମଚାରି ଏବଂ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ସାମାଜିକ ଦୂରତା ରକ୍ଷା କରିବା ସହ ଭକ୍ତି ସହକାରେ ଗାନ କରିଛନ୍ତି ବନ୍ଦେ ଉତ୍କଳ ଜନନୀ। ଏହି ଲଢେଇରେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରି ଆସୁଥିବା ସ୍ବାସ୍ଥ୍ୟ ସେବା, ଏବଂ ଆଶା ଓ ଅଙ୍ଗନବାଡି, ସ୍କୁଲ ଶିକ୍ଷକ କର୍ମଚାରୀମାନଙ୍କୁ ସମ୍ମାନ ଦିଆଯାଇଛି।

Advertisement