Friday, September 18, 2026
ADVERTISEMENT
Home ଆଞ୍ଚଳିକ କରୋନାର ଉତ୍କଳ ରାଜ୍ୟର ଯୋଦ୍ଧାଙ୍କୁ ବନ୍ଦେ ଉତ୍କଳ ଜନନୀ ଗୀତ ରେ ସମ୍ବର୍ଦ୍ଧିତ କଲେ...

କରୋନାର ଉତ୍କଳ ରାଜ୍ୟର ଯୋଦ୍ଧାଙ୍କୁ ବନ୍ଦେ ଉତ୍କଳ ଜନନୀ ଗୀତ ରେ ସମ୍ବର୍ଦ୍ଧିତ କଲେ ଶିଶୁ

384
ADVERTISEMENT

ବ୍ରହ୍ମପୁର,୩୦-୦୫: ସାରା ଦୁନିଆକୁ କରୋନା ତାର ନିଜସ୍ୱ କାୟାବିସ୍ତାର କରି ଦ୍ରୁତ ବେଗରେ ସଂକ୍ରମଣ କରି ରହିଥିବା ବେଳେ ସରକାର ସୁରକ୍ଷା ନେଇ ସାରା ଦେଶ ଲକଡାଉନ ସର୍ଟଡାଉନରେ ବୃଦ୍ଧି କରିଚାଲିଛନ୍ତି l ଏହି ପରିପ୍ରେକ୍ଷୀରେ କରୋନା ବା କୋବିଡ଼ 19 ରେ ଥିବା ସୁରକ୍ଷାକାରି ମାନେ ସର୍ବ ସାଧାରଣ ଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିନ ରାତ୍ରି ଏକ କରି ଡିଉଟିରେ ସମସ୍ତେ କାର୍ଯ୍ୟରଥ ଏହି ଯୋଦ୍ଧାରେ ମୁଖ୍ୟଅଙ୍ଗ ପାଲୋଟିଛନ୍ତି ମେଡିକାଲ ରେ ଥିବା ଡାକ୍ତର, ନର୍ସ ଓ ସଫାଈ କର୍ମଚାରି, ପୋଲିସ,ଓ ସରକାରୀ ଉପରିସ୍ଥ ଅଧିକାରୀ ମାନଙ୍କ ନିର୍ବିକମନବାଭ ରେ କରୋନା ଯୋଦ୍ଧା ହୋଇ ଜନସାଧାରଣଙ୍କ ସୁରକ୍ଷା ସେବାରେ ରହିଥିବା ଯୋଗୁଁ ପୂର୍ବରୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜସ୍ୱ ଆଡୁ ସମ୍ବର୍ଦ୍ଧିତ କରିଥିବା ବେଳେ ଦେଶବାସିଙ୍କୁ କରୋନା ଯୋଦ୍ଧାଙ୍କୁ ଘଣ୍ଟ ତାଳି ଦେଇ ସମ୍ବର୍ଦ୍ଧନା କରିବା ପାଇଁ ଅନୁରୋଧ କରିଥିଲେ l ଶନିବାର ସନ୍ଧ୍ୟା 5.30ରେ ଉତ୍କଳ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ କରୋନା ଯୋଦ୍ଧା ଙ୍କୁ ଉତ୍ସାହ କରିବା ନିମନ୍ତେ ବନ୍ଦେ ଉତ୍କଳ ଜନନୀ ଗାନର ପରାମର୍ଶ ଦେଇଥିଲେ ଏହାକୁ ଦୃଷ୍ଟିକୁ ନେଇ କୁକୁଡ଼ାଖଣ୍ଡି ବ୍ଲକ ଜଗଦଳପୁର ଗ୍ରାମର ପାଟ୍ଟସିଲା ସାହିରେ ସରପଞ୍ଚ ଆଢୁବନ୍ଧୁ ବେହେରା ଙ୍କ ଉପସ୍ଥିତରେ ଛୋଟ ଶିଶୁ ଓ ସାହିର ଭଦ୍ର ଲୋକଙ୍କ ଉପସ୍ଥିତ ରେ ବନ୍ଦେ ଉତ୍କଳ ଜନନୀ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

Advertisement