Wednesday, August 19, 2026
ADVERTISEMENT
Home ଆଞ୍ଚଳିକ କରୋନା ଯୁଦ୍ଧାଙ୍କ ଉଦ୍ଦେଶ୍ୟରେ ଉତ୍କଳ ସଙ୍ଗୀତ ଗାନ

କରୋନା ଯୁଦ୍ଧାଙ୍କ ଉଦ୍ଦେଶ୍ୟରେ ଉତ୍କଳ ସଙ୍ଗୀତ ଗାନ

1451
ADVERTISEMENT

ଖଜୁରୀପଡ଼ା,୩୦-୫(ଅନନ୍ତ କୁମାର ଦିଗାଲ): ଖଜୁରୀପଡ଼ା ପଂଚାୟତ ସମିତି ତରଫରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରବିନ୍ଦ୍ର ନାଥ କହଁର ପଂଚାୟତ ସମିତି ଅଧ୍ଯକ୍ଷ ଶ୍ରୀ ବିରେନ୍ଦ୍ର କୁମାର କହଁର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦିବ୍ୟସିଂହ କହଁର ଏଇ ଶ୍ରୀ ଉମେଶଚନ୍ଦ୍ର ସାହୁ ମଙ୍ଗଳ ଅଧିକାରୀ ପ୍ରୀୟପଦ ନାୟକ ପ୍ରମୁଖ ଙ୍କ ସହ ସମସ୍ତ ବ୍ଲକ କର୍ମଚାରୀ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ସହ କରୋନା ମୁକାବିଲା ରେ କରୋନା ଯୋଦ୍ଧା ସାଜିଥିବା ଆଶା ଅଙ୍ଗନୱାଡି ମେଡିକାଲ ଟିମ୍ ପୋଲିସ ବାହୀନୀ ନାକାପୋଷ୍ଟ କର୍ମଚାରୀ ମାନଙ୍କୁ ଫୁଲ ଚନ୍ଦନ ସହ ସ୍ଥାନୀୟ ସ୍ୱୟଂସହାୟୀକା ସଦସ୍ୟା ମାନଙ୍କ ସହଯୋଗ ରେ ହୁଳହୁଳି ସହ ସ୍ୱାଗତ ଏବଂ ମିଠା ଖୁଆଇ ସ୍ୱାଗତ କରିଥିଲେ।ସେହିଭଳି ଖଜୁରୀ ପଡ଼ା ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ ତହସିଲ କର୍ମଚାରୀ ଙ୍କ ସହ କାର୍ଯ୍ୟାଳୟ ଏବଂ ନାକାପୋଷ୍ଟ ରେ ବନ୍ଦେ ଉତ୍କଳ ଜନନୀ କାର୍ଯ୍ୟକ୍ରମ କରିଥିଲେ। ଖଜୁରୀ ପଡ଼ା ପୋଲିସ ତରଫରୁ ଥାନାଅଧିକାରୀ ଙ୍କ ସହ ସମସ୍ତ ପୋଲିସ କର୍ମଚାରୀ ଏବଂ ଖଜୁରୀ ପଡ଼ା ଅଗ୍ନିଶମ କାର୍ଯ୍ୟାଳୟ ରେ ମଧ୍ଯ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିବା ବେଳେ ବିଭିନ୍ନ ଅଂଚଳରେ ମଧ୍ଯ ବନ୍ଦେ ଉତ୍କଳ ଜନନୀ କାର୍ଯ୍ୟକ୍ରମ କରାଯାଇଛି।ଅରାପାଜୁ ଗ୍ରାମପଞ୍ଚାୟତ ରେ ଗୀତାଜଂଳି ବେହେରା ଙ୍କ ସହ ସମସ୍ତ ଅଙ୍ଗନୱାଡି କର୍ମି ଏକତ୍ର ବନ୍ଦେ ଉତ୍କଳ ଜନନୀ ପାଳନ କରିଥିଲେ।

Advertisement