ବଲାଙ୍ଗୀର, , ୩୦।୫(ଦେବବ୍ରତ ଗୁରୁ): ମାହେଶ୍ୱରୀ ସଙ୍ଗଠନ ର ନେତୃତ୍ୱରେ ବଲାଙ୍ଗୀର ୨୦ ରୁ ଅଧିକ ସଙ୍ଗଠନ ସାମିଲ ହୋଇ କୋରନା ମହାମାରୀ ସମୟରେ ବଲାଙ୍ଗୀର ଘଟୁଥିବା ଅବ୍ୟବସ୍ଥା ଓ ସମସ୍ୟା କୁ ଜିଲାପାଳ ଙ୍କୁ ଅବଗତ କରିଥିଲେ ।
ଯଥାକ୍ରମେ —
୧- କ୍ୱାରଏଣ୍ଟାଇନ ସେଣ୍ଟର ଗୁଡିକ ରେ ଶୃଙ୍ଖଳା ରକ୍ଷା ଓ ଯେଉଁ ପଡ଼ା ରେ କୋରନା ରୋଗୀ ଚିହ୍ନଟ କରାଯାଇଛି ସେ ଅଂଚଳକୁ କଣ୍ଟେନ ମେଣ୍ଟ ଯୋନ ଘୋଷଣା ଓ କଣ୍ଟାକ୍ଟ ଟ୍ରେସିଙ୍ଗ କୁ ଗୁରୁତ୍ୱ।
୨-ବିଭିନ୍ନ ୱାର୍ଡ ରେ ଓ ରାସ୍ତା ରେ ସ୍ୱଚ୍ଚତା ଅବଲମ୍ବନ।
୩- ବିଭିନ୍ନ ସ୍ଥାନରେ ପୋଲିସ ପାଟ୍ରୋଲିଂ ମାଧ୍ୟମରେ ଗଳି କନ୍ଦି ରେ ଅବାଧ ମଦ ବିକ୍ରି କୁ ରୋକିବା।
୪-ବାହାର ରାଜ୍ୟରୁ ଆସୁଥିବା ବସ ଗୁଡିକୁ ସନ୍ଧ୍ୟା ୭ ଟା ରୁ ସକାଳ ୭ଟା ମଧ୍ୟରେ ସହର ଅତିକ୍ରମ ଓ ନହେଲେ ବାଇପାସ ଦେଇ ନେବା।
୫-ସ୍କୁଲ ଫି ଛାଡ।
୬-ସହରରେ ବିଦ୍ୟୁତ କାଟ ରେ ରୋକ ଏପରି ବିଭିନ୍ନ ସମସ୍ୟା ର ସମାଧାନ ଓ ତାର ନିରାକରଣ ପାଇଁ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଛୁ।


















