ବଲାଙ୍ଗୀର, ୩୦।୫ (ଦେବବ୍ରତ ଗୁରୁ): ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ସମସ୍ତ ପ୍ରବାସୀ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ ସୁବ୍ୟବସ୍ଥା ଯୋଗାଇ ଦେବା ଓ ସମସ୍ତ ଙ୍କୁ କରୋନ ପରୀକ୍ଷା କରିବା । ହୋମ୍ କୋରଣ୍ଟାଇନ ବ୍ୟବସ୍ଥା ଉଚ୍ଛେଦ କରିବା ଦାବିରେ ଏବଂ ଜିଲ୍ଲା ପ୍ରଶାସନ ର ବିଗତ ଦିନର ଅବ୍ୟବସ୍ଥା କୁ ନେଇ ସାମାଜିକ ଦୂରତା ଅବଲମ୍ବନ କରି ଶାନ୍ତି ପୂର୍ଣ୍ଣ ଭାବେ ପ୍ରତିବାଦ କରାଯାଇଥିଲା । ପରେ ଉପଜିଲ୍ଲାପାଳ, ବଲାଙ୍ଗୀର ପ୍ରତିବାଦ ସ୍ଥାନକୁ ଆସି ଦାବି ପତ୍ର ଗ୍ରହଣ କରିଥିଲେ । ସମସ୍ୟା ର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ । ଏ ପ୍ରତିବାଦ ଆମ ପାଇଁ ନୁହେଁ ମାଟି ପାଇଁ ସେମାନେ ଆହ୍ବାନ ଦେଇଥିଲ ।



















