Thursday, November 5, 2026
ADVERTISEMENT
Home ଆଞ୍ଚଳିକ କୋରନା ଯୋଦ୍ଧା ଆୟୁସ ଡାକ୍ତରଙ୍କୁ ଚାରି ମାସର ଦରମା ଓ ସୁରକ୍ଷା ବୀମା ଯୋଗାଇ ଦେବାକୁ...

କୋରନା ଯୋଦ୍ଧା ଆୟୁସ ଡାକ୍ତରଙ୍କୁ ଚାରି ମାସର ଦରମା ଓ ସୁରକ୍ଷା ବୀମା ଯୋଗାଇ ଦେବାକୁ ଦାବିପତ୍ର

239
ADVERTISEMENT


କନ୍ଧମାଳ, ୩୦।୫(ସୁରେଶ କୁମାର ପଣ୍ଡା): ସାରା ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରିଛି । ଓଡିଶାରେ ମଧ୍ୟ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଛି । କୋଭିଡ଼ – ୧୯ ର ମୁକାବିଲା ପାଇଁ ଆଗଧାଡିର ଯୋଦ୍ଧା ଭାବେ ନିୟୋଜିତ ଅଛନ୍ତି । କନ୍ଧମାଳ ଜ଼ିଲ୍ଲା ରେ ଆୟୁଷ ଡାକ୍ତରମାନେ ସବୁଠୁ ଆଗରେ ରହି ଜୀବନକୁ ପାଣିଛଡ଼ାଇ କୋଭିଡ଼ ସ୍କ୍ରିନିଂ ସହିତ ରୋଗୀଙ୍କ ସେବାରେ ସବୁ ସଙ୍ଗରୋଧ କେନ୍ଦ୍ରରେ ନିୟୋଜିତ କରାଯାଇଛି । କିନ୍ତୁ ସୁରକ୍ଷା ବୀମା ସହିତ ଚାରିମାସର ଆଗୁଆ ଦରମା ଦିଆଯାଇ ନାହିଁ ଫଳରେ ଡାକ୍ତରଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି । ନିଜ ଜୀବନକୁ ପାଣି ଛଡାଇ ଡାକ୍ତର ମାନେ କୋରାନାକୁ ପ୍ରତିହତ କରବା ପାଇଁ ଦିନ ରାତି ଲାଗିପଡିଛନ୍ତି । କିନ୍ତୁ ସମାନ କାମକୁ ଡାକ୍ତର ସମାନ ସୁବିଧା ମିଳିପାରୁ ନାହିଁ । ଫଳରେ ଆୟୁଷ ଡାକ୍ତରଙ୍କ ମନୋବଳ ବୃଦ୍ଧି ପାଉନି । ଆୟୁଷ ଡାକ୍ତର ସଂଘର ସଭାପତି ଡ଼ଃ ସ୍ନେହାଶିଶ ଗିରିଙ୍କ ସମେତ ଜ଼ିଲ୍ଲାର ସମସ୍ତ ଡାକ୍ତର ଅଗ୍ରୀମ ଡାକ୍ତରଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି କରଛନ୍ତି । ଏନେଇ ଡାକ୍ତର ସଂଘ ଜ଼ିଲ୍ଲା ପାଳ ଓ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦାବିପତ୍ର ଦେଇଛନ୍ତି ।

Advertisement