କନ୍ଧମାଳ, ୩୦।୫(ସୁରେଶ କୁମାର ପଣ୍ଡା): ସାଇକଲରେ ତାମିଲନାଡୁ ରୁ ବରଗଡ଼ ଅଧାବାଟରେ ସହଯୋଗର ହାତ ବଢ଼ାଇଲେ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ ଥାନା ଭାରପ୍ରାପ୍ତ ଅଧିକାରୀ । କନ୍ଧମାଳ ବାଲିଗୁଡ଼ା ବ୍ଲକ ଦେଇ ୧୩ ଜଣ ପ୍ରବାସୀ ଓଡ଼ିଆ ସାଇକଲ ଯୋଗେ ବରଗଡ଼ ଯାଉଥିଲେ। ସେଠାରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ ଓ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପ୍ରଦେଖିବା ପରେ ପ୍ରବାସୀ ଓଡ଼ିଆଙ୍କୁ ପଚାରି ବୁଝିଥିଲେ । ଏହି ୧୩ ପ୍ରବାସୀ ପଞ୍ଜିକରଣ ପରେ ବି ଗାଁକୁ ଆସିପାରୁନଥିଲେ । କିଛି ସୁବିଧା ନ କରିବାରୁ ସାଇକଲରେ ବାହାରିଲେ ନିଜ ଗ୍ରାମକୁ । ସାରାଦେଶରେ ମହାମାରୀ କରୋନା କାୟାବିସ୍ତାର କରିଚାଲିଛି । ଲକ ଡାଉନ ଫଳରେ ଗାଡିମୋଟର ଟ୍ରେନ ଚଳାଚଳ ଵନ୍ଦ ରହିଛି କମ୍ପାନୀ ଵନ୍ଦ ରହିଛି । ପେଟର ଭୋକହେଉ ଅବା ଜନ୍ମମାଟିର ମୋହ ପ୍ରବସୀଙ୍କୁ ଗାଁକୁ ଫେରିବାକୁ ବାଧ୍ୟକରୁଛି । ଓଡିଶାର ବରଗଡ଼, ନୂଆପଡ଼ା ଜ଼ିଲ୍ଲା ୧୩ ଜଣ ଶ୍ରମିକ ଏକ ଘରୋଇ କମ୍ପାନୀ ଶ୍ରମିକ ଭାବେ କାମକରୁଥିଲେ । କମ୍ପାନୀ ବନ୍ଦ ପରେ ସେମାନଙ୍କ ଚଳିବା ବହୁତ କଷ୍ଟ ହୋଇଗଲା ପେଟର ଭୋକ ସହିପାରିଲେନି ବାଧ୍ୟହୋଇ ସାଇକେଲ ଯୋଗେ ଓଡିଶାକୁ ଫେରିବାପାଇଁ ବାଧ୍ୟହେଲେ । ଦୀର୍ଘ ୧୪୦୦ କିଲୋମିଟର ଯାତ୍ରାପରେ ବାଲିଗୁଡାରେ ପହଞ୍ଚିଥିଲେ । ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ ଭାରପ୍ରାପ୍ତ ଅଧିକାରୀ ପ୍ରବାସୀଙ୍କ ପାଇଁ ଜଳପାନ, ଶୁଖିଲା ଖାଦ୍ୟ, ରାତ୍ରି ଖାଇବା ବ୍ୟବସ୍ଥା କରିବା ସହ ପ୍ରବାସୀଙ୍କୁ ଗାଡ଼ି ଯୋଗେ ପଠେଇବା ର ବ୍ୟବସ୍ଥା କରିଥିଲେ ।


















