Friday, November 6, 2026
ADVERTISEMENT
Home ଆଞ୍ଚଳିକ କାଳବୈଶାଖର ତାଣ୍ଡବରେ ଘର ଉପରେ ପଡିଲା ଗଛ ଅଳ୍ପକେ ବଞ୍ଚିଲେ ଦମ୍ପତି

କାଳବୈଶାଖର ତାଣ୍ଡବରେ ଘର ଉପରେ ପଡିଲା ଗଛ ଅଳ୍ପକେ ବଞ୍ଚିଲେ ଦମ୍ପତି

316
ADVERTISEMENT

କନ୍ଧମାଳ,୩୦-୦୫(ସୁରେଶ କୁମାର ପଣ୍ଡା): କ ନୂଆଗାଁ ବ୍ଲକ ସାରଙ୍ଗଡ଼ ଥାନା ଅନ୍ତର୍ଗତ ବନେଗାଁ ରେ ଅଭାବନୀୟ ଘଟଣା ଘଟିଛି ଗୁରୁବାର ରାତିରେ କାଳବୈଶାଖୀର ତାଣ୍ଡବରେ କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କ ଘର ଉପରେ ଏକ ବଡଗଛ ଉପୁଡି ଭାଙ୍ଗିଯିବା ଫଳରେ ଘର ସମ୍ପୂର୍ଣ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି କୃଷ୍ଣଙ୍କ ସ୍ତ୍ରୀ ଗୁଣ୍ଡୁରୀ ପ୍ରଧାନଙ୍କ ମୁଣ୍ଡରେ ଆଘାତ ଲାଗି ଆହତ ହୋଇଥିବା ଜଣାପଡିଛି l ଗୁରୁବାର ରାତିରେ ବୃଦ୍ଧା ଦମ୍ପତି ଖାଇ ପିଇ ଶୋଇପଡିଥିଲେ ଝଡ଼ ତୋଫାନ ରେ ହଠାତ ବଡ଼ ଗଛଟି ପଡିଥିଲା l ଘଟଣl ସ୍ଥଳରୁ ବୃଦ୍ଧଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ଦମକଳ ବାହିନୀ ଆସି ଘରୁ ଗଛ ବାହାର କରିଥିଲେ ଏନେଇ କୃଷ୍ଣ କ୍ଷତି ପୂରଣ ପାଇଁ କ ନୂଆଗାଁ ତହସିଲଦାରଙ୍କୁ ଏକ ଦାବିପତ୍ର ଦେଇଛନ୍ତିl ରାଜସ୍ବ ବିଭାଗ ଅତିଶୀଘ୍ର କ୍ଷୟ କ୍ଷତି ଆକଳନ କରି ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି l

Advertisement