Friday, September 18, 2026
ADVERTISEMENT
Home ଆଞ୍ଚଳିକ ଯାତ୍ରୀମାନଙ୍କୁ ରେଳମନ୍ତ୍ରଣାଳୟର ନିବେଦନ

ଯାତ୍ରୀମାନଙ୍କୁ ରେଳମନ୍ତ୍ରଣାଳୟର ନିବେଦନ

306
ADVERTISEMENT

ନୂଆଦିଲ୍ଲୀ,୩୦-୦୫: ପ୍ରବାସୀ ଶ୍ରମିକମାନଙ୍କୁ ନିଜନିଜ ଘରକୁ ଫେରାଇ ନେବା କାର୍ଯ୍ୟ ନିଶ୍ଚିତ କରିବା ପାଇଁ ଭାରତୀୟ ରେଳବାଇ ଦେଶବ୍ୟାପୀ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳର ବ୍ୟବସ୍ଥା କରିଛି । ଦେଖାଯାଉଛି ଯେ, କେତେକ ଯାତ୍ରୀ ଯେଉଁମାନେ ଏହି ସେବା ଲାଭ କରୁଛନ୍ତି ସେମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଅଧିକ ଖରାପ ହୋଇପାରେ । ଏଭଳି ପୂର୍ବ ସ୍ୱାସ୍ଥ୍ୟଗତ ସମସ୍ୟାଥିବା ଯାତ୍ରୀ ରେଳଯାତ୍ରା କରୁଥିବା ସମୟରେ ସେମାନଙ୍କ ମଧ୍ୟରୁ କେତେକଙ୍କ ଦୁଃଖଦ ଖବର ଦୃଷ୍ଟିଗୋଚର ହୋଇଛି ।

ଏଭଳି ଅସୁସ୍ଥ ଓ ଦୁର୍ବଳ ଲୋକଙ୍କୁ କୋଭିଡ-19 ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ରେଳ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ସଂଖ୍ୟା 40-3/2020-DM-I(A), ତାରିଖ 17.05.2020 ଅନୁସାରେ ପୂର୍ବରୁ ଶାରୀରିକ ଅସୁସ୍ଥ ଥିବା ଯାତ୍ରୀମାନଙ୍କୁ ଏକ ନିବେଦନ କରିଛି । ଏଥିରେ କୁହାଯାଇଛି ଯେ, ଯେଉଁମାନଙ୍କର ଉଚ୍ଚ ରକ୍ତଚାପ, ଡାଇବେଟିସ୍, ହୃଦରୋଗ, କ୍ୟାନସର ଏବଂ ରୋଗ ପ୍ରତିଷେଧକ ଶକ୍ତି କମ ଥିବା ଭଳି ଲୋକ, ଗର୍ଭବତୀ ମହିଳା, 10 ବର୍ଷରୁ କମ ବୟସର ଶିଶୁ ଏବଂ 65ରୁ ଅଧିକ ବର୍ଷର ବ୍ୟକ୍ତି ଅତି ଜରୁରୀ ଆବଶ୍ୟକତା ନଥିଲେ ରେଳଯାତ୍ରା କରିବା ଅନୁଚିତ ।

ଏଥିରେ ଆହୁର କୁହାଯାଇଛି ଯେ, ଭାରତୟ ରେଳବାଇ ପରିବାର ଯାତ୍ରା ପାଇଁ ଆଗ୍ରହୀ ଏବଂ ସବୁ ନାଗରିକଙ୍କୁ ରେଳ ସେବା ଯୋଗାଣ ନିଶ୍ଚିତ କରିବା ପାଇଁ 24 ଘଣ୍ଟା କାର୍ଯ୍ୟ କରୁଛି । ଏହା ସେତ୍ୱେ ଯାତ୍ରୀଙ୍କ ନିରାପତ୍ତାକୁ ରେଳବାଇ ସର୍ବାଧିକ ଗୁରୁତ୍ୱ ଦିଏ । ତେଣୁ ଏହି କାର୍ଯ୍ୟରେ ସମସ୍ତେ ସହଯୋଗ କରିବାକୁ ରେଳବାଇ ନିବେଦନ କରିଛି । କୌଣସି ଅସୁବିଧା ବା ଜରୁରିକାଳୀନ ସ୍ଥିତିରେ ଯାତ୍ରୀମାନେ ରେଳବାଇ ପରିବାରର ସହାୟକ ନେବାକୁ କୁଣ୍ଠାବୋଧ ନ କରିବାକୁ ରେଳମନ୍ତ୍ରଣାଳୟ କହିଛି । ଏଥିପାଇଁ ହେଲ୍ପଲାଇନ ନମ୍ବର 139 ଓ 138 ସହ ଯୋଗାଯୋଗ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

Advertisement