Friday, November 6, 2026
ADVERTISEMENT
Home ଆଞ୍ଚଳିକ କନ୍ଧମାଳ: ବାଲିଗୁଡ଼ା ଏନଏସିରେ ପାଣି ସମସ୍ୟା

କନ୍ଧମାଳ: ବାଲିଗୁଡ଼ା ଏନଏସିରେ ପାଣି ସମସ୍ୟା

452
ADVERTISEMENT

କନ୍ଧମାଳ, ୨୯।୫(ସୁରେଶ କୁମାର ପଣ୍ଡା): କନ୍ଧମାଳ ବାଲିଗୁଡ଼ା ଏନଏସିରେ ପାଣି ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି । ହେଲେ ଗୁହାରି ଶୁଣୁଛି କିଏ । ନଗର ବାସିଙ୍କ କହିବା ହେଲା କରୋନା ପାଇଁ ଭୁଲିଗଲେ କି କାର୍ୟ୍ୟ ନିର୍ବାହୀ ଅଧିକାରୀ ବାଲିଗୁଡା ଏନଏସି ୧୨ ନମ୍ବର ୱାର୍ଡ ବନ୍ଧସାହିରେ ଦୀର୍ଘ ୫ ବର୍ଷ ହେବ ପାଣି ନ ଆସୁଥିବାରୁ ୱାର୍ଡ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ କେହି ଶୁଣୁ ନଥିବା କହିଛନ୍ତି । ଘରକୁ ପାଣି ପାଇପ ଲଗା ଯାଇଛି ହେଲେ ଏହା ନାମକୁ ମାତ୍ର ଲାଗିଛି । ଦଶ ବର୍ଷର ରେକର୍ଡ ଭାଙ୍ଗିଛି ଖରା । ବିଭିନ୍ନ ୱାର୍ଡର ମଧ୍ୟ ନଳକୂପ ଗୁଡିକ ମରାମତି ନ କରାଯିବାରୁ ଅଚଳ ହୋଇ ପଡିଛି । ଏପଟେ ଖରାଦିନ ସରି ଆସିବାକୁ ବସିଲାଣି ନଗରରେ ଜଳଛତ୍ର ଖୋଲା ହୋଇପାରିଲାନି । ବାଲିଗୁଡ଼ା ଉପଖଣ୍ଡ ହୋଇଥିବାରୁ ବିଭିନ୍ନ ବ୍ଲକର ଜନସାଧାରଣ ଆସି ନିଜର ଅଫିସ କାମ କରିଥାନ୍ତି । ଲକ ଡାଉନ ଯୋଗୁଁ ସକାଳୁ ଲୋକମାନେ ଆସି ନିଜ ନିଜର କାମ ସାରି ଘରକୁ ଫେରି ଥାନ୍ତି । ପାଣି ପାଇଁ ଦୋକାନକୁ ମାଗିବାକୁ ଗଲେ ଦେଇନଥାନ୍ତି । ନଗର ବାସୀ ଓ ୧୨ ୱାର୍ଡର ମହିଳାଙ୍କ ଅଭିଯୋଗ ହେଉଛି । ତୁରନ୍ତ ପାଣି ସମସ୍ୟା ହଟାଯାଉ ନହେଲେ । ଆଗକୁ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ।

Advertisement