Friday, November 6, 2026
ADVERTISEMENT
Home ଆଞ୍ଚଳିକ ବଙ୍ଗଳା ଶ୍ରମିକଙ୍କ ସୋନପୁରରେ ମୃତ୍ୟୁ

ବଙ୍ଗଳା ଶ୍ରମିକଙ୍କ ସୋନପୁରରେ ମୃତ୍ୟୁ

200
ADVERTISEMENT


ବଲାଙ୍ଗୀର, ୨୯।୫(ସୁନୀଲ ତ୍ରିପାଠୀ): କରୋନା ମହାମାରୀ ପାଇଁ ଲକଡାଉନ ଚାଲିଥିବା ବେଳେ ବାହାର ରାଜ୍ୟ ରେ ଫସିଥିବା ଶ୍ରମିକଙ୍କ ଘରକୁ ଫେରି ନ ପାରି ବାଟରେ ଚାଲି ଯାଇଛି ଅନେଙ୍କ ଜୀବନ । ସେହିପରି ସୁବର୍ଣ୍ଣପୁରରେ ବୁମ୍ବାଇରୁ ନିଜ ଘର ବଙ୍ଗଳା କୁ ଫେରୁଥିବା ବେଳେ ବଙ୍ଗଳାଶ୍ରମିକଙ୍କ ସନ୍ଧେହ ଜନକ ମୃତ୍ୟୁ ୧୪ ବଙ୍ଗଳା ଶ୍ରମିକ ଏକ ପ୍ରାଇଭେଟ୍ ଗାଡ଼ିରେ ମହାରାଷ୍ଟ୍ରରୁ କୋଲକତା ଯାଉଥିଲା କୌଣସି କାରଣରୁ ସୁବର୍ଣ୍ଣପୁର ଜିଲ୍ଲାର କଲାପଥର ନିକଟରେ ଉକ୍ତ ଗାଡିଟି ଅଟକି ଯାଇଥିଲା।ଗାଡ଼ିରେ ଥିବା କୋଲକତା ହାବଡା ଜିଲ୍ଲାର ଖଜାପୁର ଗାଁର ଶ୍ରମିକ ଅସୁସ୍ଥ ଅନୁଭବ କରି ଅଚେତ ହୋଇ ପଡିଥିଲେ । ସୁବର୍ଣ୍ଣପୁର ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ହାତୀଶାଳ କଲ୍ୟାଣ ମଣ୍ଡପରେ ଥିବା କୋରେଣ୍ଟାଇନ ସେଣ୍ଟରକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରଙ୍କ କହିବା ଅନୁସାରେ ଉକ୍ତ ବ୍ୟକ୍ତିଙ୍କ ନମୁନା ସଂଗ୍ରହ କରି ଏବଂ ପୋଷ୍ଟବଟମ କରି ତାଙ୍କ ଜିଲ୍ଲାକୁ ପଠାଇ ଦିଆଯାଇଛି।

Advertisement