ଖଜୁରୀପଡ଼ା, ୨୯।୫(ଅନନ୍ତ କୁମାର ଦିଗାଲ): ଖଜୁରୀପଡ଼ା ପଞ୍ଚାୟତ ସମିତି ଅଧିନସ୍ଥ ୧୪ ଟି ଗ୍ରାମପଞ୍ଚାୟତ ର ନୂତନ ଭାବେ ସାମିଲ୍ ହୋଇଥିବା ବିଭିନ୍ନ ବର୍ଗର ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ ସାମୁହିକ ଭାବେ କରାଯାଇଛି।ଭତ୍ତା ବଣ୍ଟନ ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିରେନ୍ଦ୍ର କୁମାର କହଁର, ଉପାଧ୍ୟକ୍ଷା ସୌଦାମିନୀ କହଁର, ବିଡିଓ ରବିନ୍ଦ୍ର ନାଥ କହଁର, ଏବିଡିଓ ଦିବ୍ୟସିଂହ କହଁର, ଜିଲ୍ଲା ପରିଷଦ ସଭ୍ୟା ଜୁଲିଲତା ଲେଙ୍କା ଅନୁରାଧା ସାହୁ ସମିତିସଭ୍ୟା ଗୀତାଞ୍ଜଳି ସାହୁ, ସଭ୍ୟ ସୁଶାନ୍ତ କୁମାର ଦାସ, ବେଳାଳସେନ ଯାନୀ ସମସ୍ତ ବ୍ଲକ କର୍ମଚାରୀ ଏବଂ ବିଏସଏସଓ ତ୍ରୁଷାରାଣୀ ନାୟକ, ପିଏ ମନୋଜ କୁମାର ସାସମଲ ପ୍ରମୁଖ ଉପସ୍ଥିତ ରହି ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କରିଥିଲେ।














