Friday, November 6, 2026
ADVERTISEMENT
Home ଆଞ୍ଚଳିକ ପ୍ରବାସୀ ଶ୍ରମିକଙ୍କ ରାସ୍ତାରୋକ

ପ୍ରବାସୀ ଶ୍ରମିକଙ୍କ ରାସ୍ତାରୋକ

240
ADVERTISEMENT

ବଲାଙ୍ଗୀର, ୨୯।୫(ସୁନୀଲ ତ୍ରିପାଠୀ): ଅନ୍ୟ ରାଜ୍ୟରୁ କିଛି ଶ୍ରମିକ ବସରେ ଆସି ବଲାଙ୍ଗୀର ସହର ଭିତରେ ଓହ୍ଲାଇ ଥିଲେ ଏବଂ ଟାଉନ ଥାନାରେ ଯୋଗାଯୋଗ କରିଥିଲେ ।ଥାନାରେ ତାଙ୍କୁ ପୁଇଁତଳା ଯିବା ପାଇଁ ପରାମର୍ଶ ଦେଲେ । ଫଳରେ ବସ ଶ୍ରମିକଙ୍କୁ ନେଇ ପୁଇଁତଳା ଛକ ସୋନପୁର ରାଜପଥରେ ଛାଡିଦେଲା । ଶ୍ରମିକ ମାନେ କାହାରି ସାହାଯ୍ୟ ସହାୟତା ନପାଇ ବର୍ତ୍ତମାନ ରାଜପଥ କୁ ସମ୍ପୂର୍ଣ ରୋକ କରିଛନ୍ତି । ଫଳରେ କୌଣସି ଯାନବାହାନ ଏପରିକି ଆମ୍ବୁଲାନ୍ସ କୁ ମଧ୍ୟ ଛାଡ଼ୁନାହାନ୍ତି । ରିପୋର୍ଟ ପାଇଲା ପର୍ୟ୍ୟନ୍ତ କୌଣସି ସରକାରୀ ଅଧିକାରୀ ଆସି ନଥିବା ସୂଚନା ମିଳିଛି । ଶ୍ରମିକ ମାନେ ହାଇଦ୍ରାବାଦରୁ ବ୍ରହ୍ମପୁର ଆସି ସେଠାରୁ ବସ ଯୋଗେ ବଲାଙ୍ଗୀର ଆସିଥିଲେ ଏବଂ ଏମାନେ ସମସ୍ତେ ଟିକ୍ରାପଡ଼ା, ବେଲପଡା ଏବଂ କଣ୍ଟାବାଞ୍ଜି ଅଞ୍ଚଳର ବୋଲି ଜଣା ପଡିଛି ।

Advertisement