ଖଜୁରୀପଡ଼ା,୨୮-୦୫(ଅନନ୍ତ କୁମାର ଦିଗାଲ): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ସରକାର ଙ୍କ ଅନଲାଇନ୍ ଶିକ୍ଷା ବ୍ୟବସ୍ଥା ରୁ ବଂଚିତ ଥିବା ଦେଖାଯାଇଛି । ଗ୍ରାମାଞ୍ଚଳରେ ଗରୀବ ଲୋକଙ୍କ ପାଖରେ ଅନଲାଇନ୍ ଶିକ୍ଷା ବ୍ୟବସ୍ଥା ପାଇଁ ମୋବାଇଲ୍ ନଥିବା ବେଳେ ଅନେକ ସ୍ଥାନ ରେ ନେଟୱର୍କ ବ୍ୟବସ୍ଥା ନାହିଁ । ଏଣୁ ଶିକ୍ଷା ସହିତ ଛାତ୍ରଛାତ୍ରୀ ଙ୍କୁ ଯୋଡିରଖିବାକୁ ହେଲେ ସରକାର ତୁରନ୍ତ ଛାତ୍ରଛାତ୍ରୀ ଙ୍କୁ ପ୍ରଶ୍ନପତ୍ର ସହ ଉତ୍ତର ଫର୍ଦ୍ଦ ପହଞ୍ଚିବା ବ୍ୟବସ୍ଥା କରିପାରିଲେ ହୁଏତ ଶିକ୍ଷା ର ବିକାଶ ହୋଇପାରନ୍ତା ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି l


















