ADVERTISEMENT
Home ଆଞ୍ଚଳିକ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ପରିଷଦ ବୈଠକ ଅନୁଷ୍ଠିତ ଆରମ୍ଭ ହେବ ସାତଟି ନୂଆ ଆନ୍ତଃବିଭାଗୀୟ...

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ପରିଷଦ ବୈଠକ ଅନୁଷ୍ଠିତ ଆରମ୍ଭ ହେବ ସାତଟି ନୂଆ ଆନ୍ତଃବିଭାଗୀୟ ପାଠ୍ୟକ୍ରମ

321
ADVERTISEMENT

କୋରାପୁଟ,୨୮-୦୫ : କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା ପକ୍ଷରୁ ସାତଟି ନୂଆ ଆନ୍ତଃବିଭାଗୀୟ ପାଠ୍ୟକ୍ରମ ଆରମ୍ଭ କରାଯିବା ଲାଗି ନିଷ୍ପତି ନିଆଯାଇଛି । ଜୀବ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାମାଜିକ କାର୍ୟ୍ୟ, ମନୋବିଜ୍ଞାନ, ରାଜନୀତି ବିଜ୍ଞାନ ଓ ସାଧାରଣ ପ୍ରଶାସନ ଏବଂ ଜନସ୍ୱାସ୍ଥ୍ୟ ବିଷୟରେ ୨୦୨୧ ଶିକ୍ଷା ବର୍ଷ ଠାରୁ ଏହି ପାଠ୍ୟକ୍ରମ ଆରମ୍ଭ କରାଯିବ । କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ସୁନାବେଡ଼ାଠାରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାର ୧୮ତମ ଶୈକ୍ଷିକ ପରିଷଦ ବୈଠକ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନୂଆ ପାଠ୍ୟକ୍ରମ ଆରମ୍ଭ କରିବା ଲାଗି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଇ. ରାମ ବ୍ରହ୍ମମ ପ୍ରସ୍ତାବ ଦେଇଥିଲେ । ପ୍ରଥମ ଥର ଲାଗି କୋରାପୁଟ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ୧୮ ଜଣିଆ ସଦସ୍ୟ ବିଶିଷ୍ଟ ଶୈକ୍ଷିକ ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା ।

ବୈଠକ ଆରମ୍ଭରେ କୁଳପତି ସମସ୍ତ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ବୈଠକରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ହାଲର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଇଂ. ଦେବାଶିଷ ଦେବ, ଡଆରଡିଓ ଆରସିଏମଏ ଆଂଚଳିକ ନିର୍ଦ୍ଦେଶକ ଡ. ବେଣୁଧର ସାହୁ ଏବଂ ଏକ୍ୟୁଏ ଏଡିଜି ଶ୍ରୀ ସଞ୍ଜୟ ଚାଓଲା ଯୋଗ ଦେଇଥିଲେ । ବୈଠକରେ କୁଳପତି ପ୍ରମୁଖ ପ୍ରସଙ୍ଗଗୁଡ଼ିକୁ ଉପସ୍ଥାପନ କରିବା ସହିତ ବିଶ୍ୱବିଦ୍ୟାଳୟର ପ୍ରଗତି, ବିଶେଷ କରି ପୂର୍ବତନ କୁଳପତିମାନଙ୍କର ଯୋଗଦାନକୁ ପ୍ରଶଂସା କରିଥିଲେ ।

ପୂର୍ବ ବୈଠକରେ ଉପସ୍ଥାପିତ ପ୍ରସଙ୍ଗ ଅଗ୍ରଗତି ନେଇ ସଦସ୍ୟମାନେ ସନ୍ତୋଷ ବ୍ୟକ୍ତ କରିଥିଲେ । ଶିକ୍ଷାଦାନ କ୍ଷେତ୍ରରେ କେତେକ ପ୍ରମୁଖ ପ୍ରସଙ୍ଗରେ ଆଲୋଚନା କରାଯିବା ସହିତ ସେଥିରେ ସୁଧାର ନେଇ ମତପ୍ରକାଶ ପାଇଥିଲା ।

ସାତଟି ନୂଆ ପାଠ୍ୟକ୍ରମ ଆରମ୍ଭ କରାଯିବାକୁ ପରିଷଦ ଅନୁମୋଦନ କରିଥିଲା । ସେହିପରି ଲୋକନୀତି ଗବେଷଣା ଏବଂ ସ୍ଥାୟୀ ବିକାଶ ଉପରେ ଏକ ବିଶିଷ୍ଟ କେନ୍ଦ୍ରକୁ ମଧ୍ୟ ମଞ୍ଜୁରି ପ୍ରଦାନ କରାଯାଇଥିଲା । ୨୦୧୯-୨୦ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀଙ୍କ ଉପଲବ୍ଧି ଉପରେ ଆଲୋକପାତ କରାଯାଇଥିଲା । ସଂରକ୍ଷିତ ବର୍ଗଠାରୁ ଆରମ୍ଭ କରି ସାଧାରଣ ବର୍ଗ ପର୍ୟ୍ୟନ୍ତ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିବାକୁ ସଦସ୍ୟମାନେ ପ୍ରଶଂସା କରିଥିଲେ ।

ସେହିପରି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାଧାରଣ ପ୍ରବେଶିକା ପରୀକ୍ଷା (ସିୟୁସିଇଟି)କୁ ପରିଷଦର ସଦସ୍ୟମାନେ ପ୍ରଶଂସା କରିଥିଲେ । ୨୦୨୦-୨୧ ଶିକ୍ଷାବର୍ଷରେ ୧୨,୦୦୦ ଆବେଦନକାରୀ ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିଥିବା ସୂଚନା ଦିଆଯାଇଥିଲା । ଜୁନ ୬, ୨୦୨୦ରେ ଅନଲାଇନ ନାମଲେଖାର ଶେଷ ତାରିଖ ପୂର୍ବରୁ ଆହୁରି ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିବେ ବୋଲି ଆଶା କରାଯାଉଛି ।

ନାଲକୋ ଓ ହାଲ ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ଡିଆରଡିଓ ଏବଂ ଓଡ଼ିଶା ସରକାରଙ୍କ ଏସସି/ଏସଟି ଗବେଷଣା ଓ ତାଲିମ ପ୍ରତିଷ୍ଠାନ ଭଳି ଗବେଷଣା ପ୍ରତିଷ୍ଠାନ ସହଯୋଗରେ ଶିକ୍ଷାଦାନ ଓ ତାଲିମ କାର୍ୟ୍ୟକ୍ରମ ଆରମ୍ଭ କରାଯିବା ଲାଗି ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି ।

ଭିତିଭୂମି ବିକାଶ ନିମନ୍ତେ ବିଶ୍ୱବିଦ୍ୟାଳୟକୁ ଯଥେଷ୍ଟ ପରିମାଣର ପାଣ୍ଠି ମିଳିବ ବୋଲି କୁଳପତି ସୂଚନା ଦେଇଥିଲେ । ପରିଷଦର ପଦାସୀନ ସଚିବ ତଥା ରେଜିଷ୍ଟ୍ରାର ପ୍ରଫେସର ଅସିତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement