
ଖଜୁରୀପଡ଼ା,୨୭-୦୫(ଅନନ୍ତ କୁମାର ଦିଗାଲ):ଖଜୁରୀ ପଡ଼ା ଥାନା ଅନ୍ତର୍ଗତ ଜାମୁଝୋରି ନିକଟରେ ଭୂବନେଶ୍ୱର ଦିଗରୁ ଫୁଲବାଣୀ ଯାଉଥିବା ଏକ ମହିନ୍ଦ୍ରା ଏକ୍ସୟୁଭି କାର୍ ନଂ ଓଡି ୧୨ ଏ ୮୧୧୧ ଆଜି ସକାଳ ସାତଟା ବେଳେ ଭାରସାମ୍ୟ ହରାଇ ରାସ୍ତା ରୁ ପ୍ରାୟ ପନ୍ଦର ଫୁଟ ଦୂରକୁ ଓଲଟି ପଡ଼ିଥିଲା।ଗାଡ଼ି ଟି ଫୁଲବାଣୀ ସହର ର ବିଶ୍ୱ ବିକାଶ ପାଣିଗ୍ରାହୀ ଙ୍କ ର ହୋଇଥିବା ବେଳେ ସେ ନିଜେ ଗାଡି ଚଳାଉଥିବା ଜଣାପଡ଼ିଛି । ଦୁର୍ଘଟଣା ତାଙ୍କର କୌଣସି କ୍ଷତି ହୋଇ ନଥିବା ବେଳେ ଗାଡ଼ିଟି ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି ।


















