Friday, November 6, 2026
ADVERTISEMENT
Home ଗଞ୍ଜାମ ପାତ୍ରପୁର ତହସିଲଦାରଙ୍କ ମନମୁଖୀ କାର୍ଯ୍ୟ କଳାପ ବିରୋଧରେ ଚିକିଟି ପଞ୍ଚୟତ ସମିତିର ସମସ୍ତ ଜନ ପ୍ରତିନିଧି...

ପାତ୍ରପୁର ତହସିଲଦାରଙ୍କ ମନମୁଖୀ କାର୍ଯ୍ୟ କଳାପ ବିରୋଧରେ ଚିକିଟି ପଞ୍ଚୟତ ସମିତିର ସମସ୍ତ ଜନ ପ୍ରତିନିଧି ଙ୍କ ଦ୍ଵାରା ଏକ ପ୍ରେସ ମିଟ

381
ADVERTISEMENT

ଚିକିଟି,୨୭-୦୫(ରୂଷି କେଶ ବେହେରା):ଆଜି ଚିକିଟି ବ୍ଲକ ସମ୍ମିଳନୀ କକ୍ଷରେ ପାତ୍ରପୁରତହସିଲଦାର ଶ୍ରୀନିବାସ ବେହେରା ଙ୍କ ମନମୁଖୀ କାର୍ଯ୍ୟ କଳାପ ବିରୋଧ ରେ ଚିକିଟି ପଞ୍ଚାୟତ ସମିତି ର ସମସ୍ତ ଜନ ପ୍ରତିନିଧି ଙ୍କ ଦ୍ଵାରା ଏକ ପ୍ରେସ ମିଟ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜିଲ୍ଲା ପରିଷଦ ସଭ୍ୟ ଗୋବିନ୍ଦ ବେହେରା, ପ୍ରମୋତି ପ୍ରଧାନ ଙ୍କ ସମେତ ସମସ୍ତ ସରପଞ୍ଚ ସମିତି ସଭ୍ୟ/ସଭ୍ୟl ଚେତାବନୀ ଦେଇଛନ୍ତି ଯେ ପାତ୍ରପୁର ତହସିଲଦାର ଡ଼ଃ ଶ୍ରୀନିବାସ ବେହେରା ଗତ କିଛିଦିନ ହେବ ଅନଧିକାର ଭାବେ ଚିକିଟି ବ୍ଲକ ଭିତରେ ପଶି ସାଧାରଣ ଜନତାଙ୍କୁ ଆକାରଣ ରେ ଅଶ୍ଳୀଳ ଭାସାରେ ଗାଳିଗୁଲଜ କରିବା ସହ ଗାଡ଼ିରୁ ବାଡ଼ି ବାହାର କରି ଡ୍ରାଇଭର ସହ ମିଶି ସଫେଇ କାର୍ୟ୍ଯ କରୁଥିବା ଯୁବକ ମାନଙ୍କୁ ଗୋଡ଼ାଇବା, ପୁଣି କିଛିଦିନ ତଳେ ଚିକିଟି କରବଲୁଆ ସ୍ଥିତ ବଗଳା ମୁଖୀ ମନ୍ଦିରରେ ଦୁଇ ପୂଜାରୀଙ୍କୁ ପିଟିବା, ପାଣ୍ଡିରି ଗ୍ରାମର କିଶୋର ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ସାମାନ୍ୟ ଗୋଟେ ବାଲି ବସ୍ତା ପାଇଁ ତହସିଲ କାର୍ଯ୍ୟାଳୟ କୁ ନେଇ ଭୋକରେ ରଖି ବଦେଇବା ସେହିପରି ପାତ୍ରପୁର ବ୍ଲକ ର ଜଣେ ୮୦ବର୍ଷ ବୃଦ୍ଧ ଙ୍କୁ ଆକାରଣ ରେ ମାଡ଼ମାରିବା ସୁରଙ୍ଗୀ ଗ୍ରାମର କିଛି ଦିନ ମଜୁରିଆ ଙ୍କୁ ମାଡ଼ ମାରିଥିବା ସାଙ୍ଗକୁ କଈଠା ଗ୍ରାମର ବାବୁଲି ଚୌଧରି ଙ୍କ ମାଡ଼ ମାରି ହାତ ଭାଙ୍ଗିବା ଭଳି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।ଜଣେ ପ୍ରଶାସନିକ ଅଧିକାରୀ ବାଡ଼ି ଧରି ଗୋଡ଼ାଇବା ସହ ବାରମ୍ବାର ମନମୁଖି କାର୍ଯ୍ୟ କେଉଁ ଆଇନ ର ସଙ୍ଗତ କାର୍ଯ୍ୟ ବୋଲି ସାଧାରଣରେ ଉଦବେଗ ପ୍ରକାଶ ପାଇବା ସହ ଜନ ପ୍ରତିନିଧିମାନେ ତହସିଲଦାର ଶ୍ରୀନିବାସ ବେହେରାଙ୍କ ଏଭଳି ମନମୁଖି କାର୍ଯ୍ୟକୁ ଦୃଢ଼ ବିରୋଧ କରିବାସହ ଆସନ୍ତା କାଲି ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ କୋବିଡ଼ କାର୍ଯ୍ୟରେ ସମସ୍ତ ସହଯୋଗ ବନ୍ଦ କରିବା ସହ ତହସିଲ ଓ ବ୍ଲକ ସାମ୍ନାରେ ଆନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ରେ ବସିବେ ବୋଲି ନିଷ୍ପତ୍ତି ନେବାସହଁ କୋଭୀଡ଼ ଆଇନ ର ଖିଲାପ ହେଲେ ପାତ୍ରପୁର ତହସିଲଦାର ଓ ଜିଲ୍ଲା ପ୍ରଶାସନ ଦାଇ ରହିବେ ବଲି ଚେତାବନୀ ଦେଇଛନ୍ତି।ଏ ସଂକ୍ରାନ୍ତରେ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ,୫ଟି ସଚିବ,ଜିଲ୍ଲାପାଳ,ବ୍ରହ୍ମପୁର ଏସ ପି ଙ୍କ ସମେତ ଚିକିଟି ତହସିଲଦାର ଓ ବିଡିଓଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରଦାନ କରିଛନ୍ତି l

Advertisement