Friday, November 6, 2026
ADVERTISEMENT
Home ଗଞ୍ଜାମ ଅଙ୍ଗନବାଡିକର୍ମୀଙ୍କ କାର୍ଯ୍ଯବନ୍ଦ ଆନ୍ଦୋଳନ ନିଷ୍ପତ୍ତି

ଅଙ୍ଗନବାଡିକର୍ମୀଙ୍କ କାର୍ଯ୍ଯବନ୍ଦ ଆନ୍ଦୋଳନ ନିଷ୍ପତ୍ତି

263
ADVERTISEMENT

କୁକୁଡାଖଣ୍ଡି,୨୭-୦୫(ଇ ରଞ୍ଜନ):ଜୁନ ପହିଲାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷ୍ପତ୍ତି ନେଇଛି କୁକୁଡାଖଣ୍ଡି ବ୍ଲକ ଅଙ୍ଗନଓ୍ବାଡି କର୍ମୀ ସଂଘ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣି ଜିଲ୍ଲାରେ ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର କୁ ୩ଟି ଏସଏଜି ଦ୍ବାରା ଅଣ୍ଡା ବଣ୍ଟନ କରିବାକୁ ନେଇଥିବା ନିଷ୍ପତ୍ତି କୁ ପ୍ରତ୍ୟାହାର ପାଇଁ ସଂଘ ଦାବି କରିଛି।ଅଙ୍ଗନଓ୍ବାଡି କେନ୍ଦ୍ରରେ ଦୈନିକ ଖାଦ୍ୟର ୭.୭୦ ଟଙ୍କା ରୁ ପ୍ରତି ଅଣ୍ଡାର ମୂଲ୍ୟ ୪.୯୦ ପଇସା ବାଦ ପଡିବା ପରେ ୨.୮୦ ପଇସା ଜଳଖିଆ ଓ ଅନ୍ୟାନ୍ୟ ବାବଦକୁ ଖଚ୍ଚ ହେଉଛି । ସଂଘ ଦାବି କରିଛି ଏସଏଜି ଦ୍ବାରା ଅଣ୍ଡା ନୁହଁ ସମସ୍ତ ଖାଦ୍ୟ ସାମଗ୍ରୀ ବଣ୍ଟନ କରିବାକୁ ଦାବି କରିଛନ୍ତି।ଏହାକୁ ସମର୍ଥନ କରି କୁକୁଡାଖଣ୍ଡି ଆଇସିଡିଏସ ପରିସରରେ ନିଖିଳ ଓଡିଶା ଅଙ୍ଗବାଡିକର୍ମୀ ଓ ମହିଳା ୱା୍ର୍କସ ଏସୋସିଏସସନର ସଭାନେତ୍ରୀ ମାଣିକେଶ୍ବରୀ ପଟ୍ଟନାୟକ, ସଂପାଦିକା ସୁଦେଷ୍ନା ପଟ୍ଟନାୟକ,ସଂଜୁକ୍ତା ସାହୁ,ପ୍ରମିଳା ଜେନା,କେ.ରାଧାରାଣୀ ,ପି.ଶୁସିଳା,ଭାନୁମତି ୟାଦବ,ଲତିକା ସାହୁ,ଡି.ରୁକୁଣୀ ଦେବୀ ପ୍ରମୁଖ ଗଂଜାମ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ କୁକୁଡାଖଣ୍ଡି ବ୍ଳକ ବିଡିଓ,ସି ଡି ପି ଓ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିରେ ଉଲ୍ଲେଖ କରିଛନ୍ତି ଯେ ତୁରନ୍ତ ଡିଏସଡବଲ୍ଯୁଙ୍କ ଏସଏଜିଦ୍ବାରା ଅଣ୍ଡା ପ୍ରଦାନ ଆଦେଶ ପ୍ରତ୍ଯାହାର କରାଯାଉ,ଏପ୍ରିଲ ଓ ମେ ମାସର ବକେୟା ବିଲ୍ ଅର୍ଥ ପ୍ରଦାନ କରାଯାଉ,ନଚେତ ସେମାନେ ଆସନ୍ତା ଜୁନ ପହିଲାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲହେବେ ବୋଲି ଧମକ ଦେଇଛନ୍ତି ।

Advertisement