Friday, September 25, 2026
ADVERTISEMENT
Home ଆଞ୍ଚଳିକ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି ଅସୁସ୍ଥ

ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି ଅସୁସ୍ଥ

356
Representational Image(Photo:OneIndia)
ADVERTISEMENT

ଭୁବନେଶ୍ବର,୨୭-୦୫: ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ଚିକିତ୍ସା ନିମନ୍ତେ ସମ୍ପ୍ରତି ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାଇବେଟିସରେ ପୀଡ଼ିତ ଶ୍ରୀ ମହାନ୍ତିଙ୍କର ଶରୀର ହଠାତ ଖରାପ ଲାଗିବାରୁ ତାଙ୍କୁ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କୁ ଡାକ୍ତରଖାନାର ଆଇସିୟୁରେ ରଖାଯାଇଥିବା ସୂଚନା ରହିଛି। ଗତକାଲିଠାରୁ ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ସ୍ବାସ୍ଥ୍ୟାବସ୍ଥା ଟିକେ ଭଲ ଅଛି ବୋଲି ଗଣମାଧ୍ୟମକୁ କହିଛନ୍ତି ପତ୍ନୀ ତନ୍ଦ୍ରା ରାୟ। କିଛି ବର୍ଷ ହେବ ଶ୍ରୀ ମହାନ୍ତି ପରିବାର ସହ ହାଇଦ୍ରାବାଦରେ ରହୁଥିଲେ।
ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ବିଜୟ ମହାନ୍ତି ରାଜ୍ୟର ଘରେ ଘରେ ପରିଚିତ। ନାୟକ, ଖଳନାୟକ ଓ ଚରିତ୍ର ଅଭିନୟରେ ସେ ଓଡ଼ିଆ ଦର୍ଶକଙ୍କ ମନଜିଣିଥିଲେ। ନିଭାଇଥିବା ପ୍ରତିଟି ଚରିତ୍ରକୁ ଜୀବନ୍ତ କରିତୋଳିବା ଥିଲା ବିଜୟଙ୍କ ସ୍ବକୀୟତା। ଏଥିଲାଗି ସେ ଏକାଧିକବାର ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ।

Advertisement