ଖଜୁରୀପଡ଼ା,୨୬/୫(ଅନନ୍ତ କୁମାର ଦିଗାଲ):କନ୍ଧମାଳ ଜିଲ୍ଲାରେ ମାଓ ସଂଗଠନ ଛାଡି ସମାଜର ମୁଖ୍ଯସ୍ରୋତରେ ସାମିଲ୍ ହୋଇଥିବା ଫିରିଙ୍ଗିଆ ଥାନା ଜାର୍ଗୀସରୁ ଗ୍ରାମର ମହିଳା ମାଓବାଦୀ ସିଜୁ କହଁର(୨୨) ଙ୍କ ଫୁଲବାଣୀ ରେ ରହୁଥିବା ବାସଗୃହରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସିଜୁ କହଁର ୨୯ ମାର୍ଚ୍ଚ ୨୦୧୯ ରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତିକ ସିଂଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ସରକାରୀ ନିୟମ ଅନୁଯାୟୀ ଆରକ୍ଷୀ ଅଧିକ୍ଷକ ତାଙ୍କର ଭବିଷ୍ଯତ ପାଇଁ ଭରଣପୋଷଣ ବ୍ୟବସ୍ଥା ସହ ସମାଜରେ ବଂଚିବାକୁ ସମସ୍ତ ପଦକ୍ଷେପ ଗ୍ରହଣ କରିଥିଲେ। ସମାଜର ମୁଖ୍ଯ ସ୍ରୋତରେ ସାମିଲ୍ ପରେ ତାଙ୍କୁ ମାଓସଙ୍ଗଠନରୁ ବିଭିନ୍ନ ଧମକ ମଧ୍ଯ ମିଳୁଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଆତ୍ମହତ୍ଯା ଘଟଣା ପସେ ଫୁଲବାଣୀ ଆଦର୍ଶ ଥାନାରେ ଏନେଇ ଏକ ଆତ୍ମହତ୍ଯା ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବାପରେ ଏବଂ ଘଟଣା ର ତଦନ୍ତ ପରେ ସିଜୁ କହଁର କାହିଁକି ଆତ୍ମହତ୍ଯା କଲେ ଏହାର ପ୍ରକୃତ ତଥ୍ଯ ଜଣାପଡ଼ିବ ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତିକ ସିଂ ସୁଚନା ପ୍ରଦାନ କରିଛନ୍ତି।


















