Thursday, November 5, 2026
ADVERTISEMENT
Home ଆଞ୍ଚଳିକ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କ ଯୋଗ ଶିକ୍ଷା

ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କ ଯୋଗ ଶିକ୍ଷା

544
ADVERTISEMENT

ଖଜୁରୀପଡ଼ା,୨୬/୫(ଅନନ୍ତ କୁମାର ଦିଗାଲ):ଖଜୁରୀପଡ଼ା ପଂଚାୟତ ସମିତି ଅଧିନସ୍ଥ ଦୁତିପଡା ଗ୍ରାମପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ ପରିଷରରେ ହୋଇଥିବା କ୍ୱାରେଣ୍ଟିନ କେନ୍ଦ୍ର ର ୪୩ ଜଣ ଅନ୍ତେବାସୀ ଙ୍କୁ ନେଇ ଯୋଗ ଶିକ୍ଷା କାର୍ଯ୍ୟ ଅନୁଷ୍ଠିତ ହେବା ସହ ଏମଜିଏନଆରଇଜିଏ ମାଧ୍ୟମରେ ବିଦ୍ୟାଳୟ ପରିଷରରେ ରହିଥିବା ପନିପରିବା ଚାଷର ଉଦ୍ୟାନରେ କାର୍ଯ୍ୟ କରାଯାଇ ଅନ୍ତେବାସୀଙ୍କୁ ରୋଜଗାରକ୍ଷମ କରାଯିବ ବୋଲି ଜଣାପଡ଼ିଛି। ଦୁତିପଡା ଗ୍ରାମପଞ୍ଚାୟତ ପିଇଓ ସୁନିଲ କୁମାର ବେହେରାଙ୍କ ତତ୍ୱାବଧାନରେ ହୋଇଥିବା ଯୋଗଶିକ୍ଷା କାର୍ଯ୍ୟକ୍ରମକୁ ପିଇଓ ଅମିୟ କୁମାର ମହାନ୍ତି ପ୍ରଶିକ୍ଷଣ ଦେଉଥିବା ବେଳେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶୁକଦେବ ପ୍ରଧାନ ଉପସ୍ଥିତ ରହିଥିଲେ।

Advertisement