ବାଲିଗୁଡା,୨୬/୫(ସୁରେଶ କୁମାର ପଣ୍ଡା):ପେଷାରେ ଜଣେ ଶିକ୍ଷକ କିନ୍ତୁ ନିଶା ହେଉଛି ସମାଜ ସେବା ପିଲାଟି ଦିନରୁ ସମାଜସେବାକୁ ଆଦରି ନେଇଛନ୍ତି ଶିକ୍ଷକ ବୁଲୁ ମାଲିକ l ଆଦିବାସୀ ଅଧ୍ୟୁଷିତ କନ୍ଧମାଳ କୋଟଗଡ ମାଦlଗୁଡ଼ା ଗାଁ ର ଯୁବ ଶିକ୍ଷକ ବୁଲୁ ଲୋକଙ୍କ ବିପଦ ବେଳେ ଠିଆ ହୁଅନ୍ତି ଗରିବ ଆଦିବାସୀ ଓ କୁଟିଆ କନ୍ଧଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ସହିତ ଗରିବଙ୍କୁ ବର୍ଷା ଦିନରେ ଛତା ଓ ଶୀତ ଦିନରେ କମ୍ବଳ ବଣ୍ଟନ କରନ୍ତି l

ସମାଜରେ ଅନ୍ଧ ବିଶ୍ୱାସ କୁସଂସ୍କାର ନିଶାନିବାରଣ ପାଇଁ କାମ କରି ବେଶ ଚର୍ଚ୍ଚାରେ ରହିଛନ୍ତି କିଛି ଦିନ ପୂର୍ଵରୁ କୋଟଗଡ ଉପାନ୍ତ ଅଞ୍ଚଳରେ ଖାଦ୍ୟ ମାସ୍କ ବଣ୍ଟନ କରୁଥିଲେ ଓ କୋଟଗଡ ତୁମୁଡ଼ି ବନ୍ଧ ଅଞ୍ଚଳରେ କାମକରୁଥିବା ପୋଲିସ କର୍ମଚାରିଙ୍କ ମନୋବଳ ବୃଦ୍ଧିପାଇଁ ସମ୍ମାନ ଜଣାଇଥିଲେ ସୋମବାର ଦିନ ମହାମାରୀ କୋରନl ପାଇଁ ଲଢ଼ୁଥିବା କୋଟଗଡ ବ୍ଲକ ପ୍ରଶାସକ ତଥା ବି ଡ଼ି ଓ କୈଳାସ ଚନ୍ଦ୍ର ମୁର୍ମୁ ତହସିଲଦାର ଲଷ୍ମୀଧର ସାହୁ ଡ଼କ୍ଟର ହରିହର ଦାସ ଓ ଡ଼କ୍ଟର ଲବ କୁଶ ପାଢ଼ୀଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦେଇଥିଲେ କାର୍ଯ୍ୟକ୍ରମକୁ ପ୍ରଣବ ପ୍ରତାପ ଓ ଦେବୀ ଭାଇ ସହଯୋଗ କରିଥିଲେ l


















