ଅଗ୍ନିକାଣ୍ଡରେ ୨ବଖର ନଷ୍ଟ

279
ADVERTISEMENT

ବାଲେଶ୍ଵର,୨୫/୫(ନରେନ୍ଦ୍ର ପ୍ରସାଦ ବେହେରା): ବାଲେଶ୍ଵର ଜିଲ୍ଲା ଖଇରା ତହସିଲ ଜଳଦା ଗ୍ରାମରେ ଆକଷ୍ମିକ ଅଗ୍ନିକାଣ୍ଡ ଘଟି ୨ ବଖରା ଗୃହ ପୋଡି ନଷ୍ଟ ହୋଇଯାଇଛି । ବଡିଭୋର ଉଠୁଥିବା କେହିଜଣେ ଗ୍ରାମବାସୀ ଶ୍ରୀ ପାଣିଗ୍ରାହୀଙ୍କ ଘରେ ନିଆଁ ଲାଗି ଧୂଆଁ ବାହାରୁଥିବାର ଦେଖିବାକୁ ପାଇ ଡାକଛାଡିଥିଲେ । ଏହାଶୁଣି ପାଣିଗ୍ରାହୀ ପରିବାର ଲୋକେ ଉଠିଥିଲେ । ଡାକଶୁଣି ସଙ୍ଗେ ସଙ୍ଗେ ପଡୋଶୀ ଲୋକ ଘଟଣା ସ୍ଥଳକୁ ଦୌଡିଯାଇ ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ । ଖବରପାଇ ଖଇରା ଦମକଳ ବାହିନୀ ଜଳଦା ଗ୍ରାମରେ ପହଞ୍ଚି ଥିଲେ ମଧ୍ୟ ରାସ୍ତା ଅବରୋଧ ଯୋଗୁଁ ଘଟଣା ସ୍ଥଳରେ ପହଞ୍ଚି ନପାରି ଫେରି ଆସିଥିଲା । ଏଥିରେ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବାର ଲୋକଙ୍କ ଠାରୁ ଜଣାପଡିଛି । ନିରାଶ୍ରୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ତରଫରୁ ଦାବି ହୋଇଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡିନାହିଁ । ଆର ଆଇ ତଦନ୍ତ ପରେ ପ୍ରକୃତ କ୍ଷୟକ୍ଷତିର ପରିମାଣ ଜଣାପଡିବ ବୋଲି ଅଗ୍ନିଶମ ବିଭାଗ ତରଫରୁ ସୂଚନା ମିଳିଛି ।

Advertisement