Friday, November 6, 2026
ADVERTISEMENT
Home ଆଞ୍ଚଳିକ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସମସ୍ତ ବ୍ଲକକୁ ସ୍ମାରକପତ୍ର ନେଇ ବ୍ଲକଅଧିକାରୀଙ୍କୁ ପ୍ରଧାନ

ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସମସ୍ତ ବ୍ଲକକୁ ସ୍ମାରକପତ୍ର ନେଇ ବ୍ଲକଅଧିକାରୀଙ୍କୁ ପ୍ରଧାନ

330
ADVERTISEMENT


ବ୍ରହ୍ମପୁର,୨୫।୫(ଇ. ରଂଜନ): ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟର ପାହ୍ୟାମାନ୍ୟତା ନେଇ ଦାବିପ୍ରସ୍ତାବ ନେଇ ରାଜରାସ୍ତାପଥ ଦେଇ ୩୧୪ବ୍ଲକକୁ ଘୁରିବୁଲି ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ସ୍ମାରକ ପତ୍ର ଧରି ପଦଯାତ୍ରାରେ ବାହାରିଛନ୍ତି ଜଗତସିଂହପୁରର କ୍ରାନ୍ତିକାରି ସତ୍ୟବ୍ରତ ଦାସ । ରାଜ୍ୟରେ ବିପର୍ୟୟ ସହ ମହାନଦୀଜଳ ସମସ୍ୟା କିମ୍ବା ପଲାବରମ ପ୍ରକଳ୍ପ ବିବାଦ କୁ ନେଇ ଯଥାଶୀଘ୍ର ଏହାର ସମାଧାନ ନିମନ୍ତେ ଉତ୍କଳ ରାଜ୍ୟର ସ୍ୱତନ୍ତ୍ରରାଜ୍ୟ ପାହ୍ୟା ଦାବିନେଇ ଗ୍ରୀଷ୍ମ ଋତୁର ଟାଣ ଖରାରେ ରାଜ୍ୟର ପ୍ରମୁଖ ଭୂମିକା ନେଇ ହାତରେ ଜାତୀୟ ପତାକା ବେକରେ ଦାବି ନାମଫଳକ ଧରି ରାଜ୍ୟ ସ୍ୱାର୍ଥ ନିମନ୍ତେ ବାହାରିଛନ୍ତି ସମାଜସେବୀ କ୍ରାନ୍ତିକାରି ଶ୍ରୀମାନ ଦାଶ I ଗତକାଲି କୁକୁଡ଼ାଖଣ୍ଡି ବ୍ଲକ ବିଡ଼ିଓ ଙ୍କୁ ସ୍ମାରକ ପତ୍ର ପ୍ରଧାନକରିଥିବା ବେଳେ ରାତ୍ର ଜାପନ କରିଥିଲେ ସମାଜସେବା ରେ ନିୟୋଜିତ ଥିବା ଦାଶଙ୍କୁ ବ୍ଲକ ଅଦକ୍ଷ କାମାକ୍ଷାପ୍ରସାଦ ପାତ୍ର ଓ ବିଡ଼ିଓ ଗଦାଧର ପାତ୍ର ରହିବା ସହ ତାଙ୍କ ଆବଶ୍ୟକତା ପୂରଣ କରିଥିଲେ I ସମାଜସେବୀ ଜଣକ କରୋନା କୁ ଏଡ଼ାଇ ଆଜି ସୁଦ୍ଧା ୧୭୫ ବ୍ଲକକୁ ପାଦଚଲା ଦ୍ରୁତବେଗ ରେ ସ୍ମାରକପତ୍ର ପ୍ରଧାନ କରିବା ରେ ସକ୍ଷମ ଅର୍ଜନ କରିଛନ୍ତି ଏବଂ ୧୩୯ ବ୍ଲକକୁ ଯାଇ ସ୍ମାରକପତ୍ର ପ୍ରଧାନ କରିବା ନିମନ୍ତେ ପ୍ରସ୍ତୁତ ଥିବା ପ୍ରକାଶ କରିଛନ୍ତି I

Advertisement