Friday, November 6, 2026
ADVERTISEMENT
Home ଆଞ୍ଚଳିକ ଭୋକିଲା ପେଟକୁ ପିଠିରେ ଦାଉ ସାଜିଛି ବୋଝ, ବାଟ ଖୋଜିଖୋଜି ଘରକୁ ଯିବା ନିମନ୍ତେ ପ୍ରଭାସୀ...

ଭୋକିଲା ପେଟକୁ ପିଠିରେ ଦାଉ ସାଜିଛି ବୋଝ, ବାଟ ଖୋଜିଖୋଜି ଘରକୁ ଯିବା ନିମନ୍ତେ ପ୍ରଭାସୀ ହୁଅନ୍ତି ଅସ୍ତବ୍ୟସ୍ତ

326
ADVERTISEMENT

ବ୍ରହ୍ମପୁର,୨୫।୫(ଇ. ରଂଜନ): ସାରା ବିଶ୍ୱ କରୋନାର ବିଷାକ୍ତ ବଳୟ ରେ ଏହି ସମୟ ରେ ସମସ୍ତଙ୍କ ମୁଖରୁ କରୋନା ଆଉ କରୋନା ଶବ୍ଦ ଉଚ୍ଚାରଣ ହୋଇରହିଥିବା ବେଳେ ରୋଗର ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ଏଥିଯୋଗୁଁ ଭାରତବର୍ଷ ରେ ସରକାରୀ ସ୍ତରରେ ବିଭିନ୍ନ ସରକାରୀ ଓ ବେସରକାରୀ ଶିଳ୍ପ ଅନୁଷ୍ଠାନ ଗୁଡିକ ୩ମାସ ଧରି ତାଲାବନ୍ଦ ରହିଥିଲେ ବି ଅମାନ୍ୟ ରୋଗଟି ଉଗ୍ରରୂପ ବୃଦ୍ଧିପାଉଛି । ଏଥିଯୋଗୁଁ ବିଭିନ୍ନ ରାଜ୍ୟରେ ଫସିରହିଥିବା ଟଙ୍କା ଅର୍ଜନ ନିମନ୍ତେ ଯାଇଥିବା ପ୍ରବାସୀ ଶ୍ରମିକଙ୍କ ଅର୍ଜିତ ଟଙ୍କା ସରିଯାଇଥିବା ଯୋଗୁଁ ନିଜନିଜ ଅଞ୍ଚଳକୁ ଫେରିଆସିବା ପାଇଁ ପ୍ରାଣପଣେ ଉଦ୍ୟମ ଜ।ରି ରଖିଛନ୍ତି । କିଛି ଶ୍ରମିକ ଧାରକରି ବସ ଯୋଗେ ଫେରୁଥିବା ବେଳେ କିଛି ଶ୍ରମିକ ଦୁଇପାଦର ଆଶ୍ରୟ ନେଇ ଜାତୀୟ ରାଜପଥ ଦେଇ କରୋନା କୁ ନିନ୍ଦାକରି ଥକିଥକି ନିର୍ଭିକ ମନଭାବ ନେଇ ଭୋକିଲା ପେଟ କୁ ପିଠି ସାଜିଛି ବୋଝ ଏଭଳି ଦୟନୀୟ ଅବସ୍ଥା ରେ ଅସନ୍ତୋଷ ଜାହିର କରି ଚଲାପଥରେ ଆସୁଛନ୍ତି ଅନେକ ପ୍ରଭାସୀ । ଜନଗହଳି ଦେଖି ସ୍ଥାନୀୟ ବାସୀଙ୍କୁ ନିଜଅଞ୍ଚଳର ରାସ୍ତାର ଦୂରତା ସମ୍ପର୍କ ରେ ପରାମର୍ଶ ନେଉଥିବା ସହ ନିଜ ଅଞ୍ଚଳ ର ଘର କୁ ଯିବା ନିମନ୍ତେ ଅସ୍ତବ୍ୟସ୍ତ ହେଉଥିବା ଦୃଶ୍ୟ ଗଞ୍ଜାମ ଜିଲ୍ଲା ଆନ୍ଦ୍ର ସୀମାନ୍ତ ଗିରିଶୋଲା ଗେଟ ଅଞ୍ଚଳରେ ଦେଖାଦେଇଛି । ଏବଂ ପ୍ରଭାସୀ ଶ୍ରମିକ ମାନେ ମୁମ୍ବାଇରେ ଥିବା ଅନେକ ଶ୍ରମିକ ବିପଦ ମନେକରି ଫୋସି ରହିଛନ୍ତି । ସେମାନଙ୍କୁ ଆଣିବା ପାଇଁ ସରକାରଙ୍କୁ ଅନୁରୋଧ କରୁଛନ୍ତି । ସରକାର ମଧ୍ୟ ପ୍ରବାସୀ ଶ୍ରମିକଙ୍କୁ ଟ୍ରେନ ଯୋଗେ ହଜାରହଜାର ଶ୍ରମିକଙ୍କୁ ଆଣି କ୍ଵାରେନଣ୍ଟନ ସେଣ୍ଟର କରି ସେମାନର ଆବଶ୍ୟକତା ଯୋଗାଇ ଦେଉଥିବା ଜଣାପଡିଛି ।

Advertisement