୨୧ ଦିନ ସଂଘରୋଧ ଗୃହରେ ରହିବା ପରେ ନିଜ ଘରକୁ ଫେରିଲେ ପ୍ରବାସୀ ଓଡ଼ିଆ

398
ADVERTISEMENT


କନ୍ଧମାଳ, ୨୫।୫(ସୁରେଶ କୁମାର ପଣ୍ଡା): କନ୍ଧମାଳ କରୋନା ଭୁତାଣୁର ମହାମୁକାବିଲା ପାଇଁ ସାରା ରାଜ୍ୟ ଲକଡାଉନ ଥିବା ବେଳେ ବିମାନ, ଟ୍ରେନ, ବସ ଚଳାଚଳ ବନ୍ଦ ରହିଛି l ଯାହାଦ୍ୱାରା ଅନ୍ୟ ରାଜ୍ୟରେ ପ୍ରବାସୀ ଶ୍ରମିକ ରହି ଯାଇଥିଲେ l କେନ୍ଦ୍ର ସରକାର ଓ ରାଜ୍ୟ ସରକାର ନିୟମ ଅନୁଯାୟୀ ଅନ୍ୟ ରାଜ୍ୟର ପ୍ରବାସୀ ଆସନ୍ତି ତାହା ହେଲେ ୨୧ ଦିନ ସଙ୍ଘ ରୋଧ ଗୃହରେ ରହିବା ନିମନ୍ତେ ଏହା ଦେଖିବାକୁ ମିଳିଥିଲା କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ସାରଙ୍ଗଡ଼ ସଙ୍ଘରୋଧ ଗୃହରେ ୨୦୩ ପ୍ରବାସୀ ଓଡ଼ିଆ କେରଳରୁ ଆସି ୨୧ ରହିଥିଲେ l ରହିଥିବା ପ୍ରବାସୀଙ୍କ ମନରେ ଏତେ ଆନନ୍ଦ ଥିଲାଯେ କହିଲେ ନସରେ ଆମେ କିଛି ପ୍ରବାସୀଙ୍କୁ ପଚାରି ବୁଝିଥିଲୁ ଏହି ୨୧ ଦିନରେ ଆପଣଙ୍କୁ ଖାଇବା ରହିବା ବିଷୟରେ ବହୁତ ଖୁସି ଅନୁଭବ କଲୁ ଆମର ରକ୍ଷଣ ବେକ୍ଷଣ ପାଇଁ ପ୍ରଥମେ ସ୍ଥାନୀୟ ସରପଞ୍ଚ ଅହଲ୍ୟା ପ୍ରଧାନ ଓ ସମିତିସଭ୍ୟ ଜୟଶେନ ପୂଜାରୀ ଙ୍କୁ ଧନ୍ୟବାଦ ଦେବାସହ ନୋଡାଲ ଅଫିସର, କ ନୂଆଗାଁ ବିଡ଼ିଓ ମନୋଜ କୁମାର ତ୍ରିପାଠୀ, ତହସିଲଦାର ଏସ ପାତ୍ର, ସାରଙ୍ଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀ ଅନିତା କେଡ଼, ଧନ୍ୟବାଦ ଜଣାଇଥିଲେ ଏହି ୨୧ଦିନରେ ଆମକୁ ଠିକ ସମୟରେ ଖାଇବାକୁ ଦିଆଯିବା ସହ ପାନୀୟ ଜଳର ବ୍ୟବସ୍ଥା କରିଥିଲେ ଆମେ ଭାବୁଛୁ ଆମ ଘର ମାନଙ୍କରେ ଏଭଳି ଯତ୍ନର ସହକାରେ ରହି ନଥିବୁ ଯିବା ସମୟରେ ଏକ ପ୍ରମାଣ ପତ୍ର ଦିଆଯାଇଛି l

Advertisement