Friday, November 6, 2026
ADVERTISEMENT
Home ଆଞ୍ଚଳିକ କିନ୍ନର ସମାଜ ତରଫରୁ ଗୁରୁଙ୍କ ଦୀର୍ଘାୟୁ କାମନା ପାଇଁ ସାବିତ୍ରୀ ବ୍ରତ ପାଳନ

କିନ୍ନର ସମାଜ ତରଫରୁ ଗୁରୁଙ୍କ ଦୀର୍ଘାୟୁ କାମନା ପାଇଁ ସାବିତ୍ରୀ ବ୍ରତ ପାଳନ

484
ADVERTISEMENT

ବ୍ରହ୍ମପୁର,୨୨/୫(ଇ.ରଞ୍ଜନ): ଆଜି ହେଉଛି ସାବିତ୍ରୀ ଅମାବାସ୍ୟା । ପୌରାଣିକ କିମ୍ବଦନ୍ତୀ ଅନୁସାରେ ପ୍ରତ୍ୟେକ ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ ଏହି ବ୍ରତ କରିଥାନ୍ତି। କିନ୍ନର ମାନେ ମଧ୍ୟ ସେମାନଙ୍କ ଗୁରୁ ଲକ୍ଷ୍ମୀନାରାୟଣ ତ୍ରିପାଠୀଙ୍କ ଦୀର୍ଘାୟୁ କାମନା କରି ପ୍ରତିବର୍ଷ ସାବିତ୍ରୀ ଆମବାସ୍ୟା ପାଳନ ଭଳି ଚଳିତ ବର୍ଷ ମଧ୍ୟ ଏହି ପୂଜା ପାଳନ କରିଥିଲେ l ତେବେ ଚଳିତ ବର୍ଷ କରୋନା କଟକଣାକୁ ନେଇ ଦେବାଳୟ ଗୁଡିକ ତାଲାବନ୍ଧୀ ଥିବା ବେଳେ ସମସ୍ତ ମହିଳା ମାନେ ଘରେ ପୂଜାର୍ଚନା କରିଛନ୍ତି. କିନ୍ନର ମାନେ ମଧ୍ୟ ଘରବିତରେ ପୁରହିତ ମନ୍ତ୍ର ଉଚ୍ଚାରଣ ରେ ସାବିତ୍ରୀ ପୂଜା ପାଳନ କରିଥିଲେ l ଏଥିରେ କିନ୍ନର ସମାଜ ଜିଲ୍ଲା ସଭାପତି ସୁଇଟି ସାହୁ, ଆରତୀ ସାହୁ, ବର୍ଷା, ଶିବାନୀ, ବାସନ୍ତୀ ବିନ୍ଧ୍ୟ, ମଧୁ, ପ୍ରିୟଙ୍କା ସମେତ ପ୍ରାୟ ୩0କିନ୍ନର ଉପସ୍ଥିତ ରେ ପୂଜାପାଟ ସମାପନ କରିଥିଲେ l

Advertisement