କୋଦଳା : ଆଜି ହେଉଛି ସାବିତ୍ରୀ ଅମାବାସ୍ୟା । ପୌରାଣିକ କିମ୍ବଦନ୍ତୀ ଅନୁସାରେ ପ୍ରତ୍ୟେକ ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ ଏହି ବ୍ରତ କରିଥାନ୍ତି। ତେବେ ଚଳିତ ବର୍ଷ କରୋନା କଟକଣାକୁ ନେଇ ସଂଘରୋଧ ରେ ରହିଛନ୍ତି ପ୍ରବାସୀ ମହିଳା । ସଂଘରୋଧ ଗୃହରେ ମଧ୍ୟ ମହିଳାମାନଙ୍କ ଏହି ବ୍ରତ କିପରି ସୂଚାରୁ ରୂପେ ହୋଇପାରିବ ସେ ନେଇ ସମସ୍ତ ପ୍ରକାର ସହଯୋଗ କରିଛନ୍ତି ସରପଞ୍ଚ ପ୍ରତିନିଧି ତଥା ସମାଜସେବୀ ଚିତ୍ରସେନ ଘୋଷ। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ କଞ୍ଚଣା ଠାରେ ହୋଇଥିବା ସଂଘରୋଧ ଗୃହରେ ପ୍ରବାସୀ ମାନେ ବେଶ୍ ଆନନ୍ଦରେ ରହିଥିବା ବେଳେ ମହିଳା ମାନଙ୍କ ସାବିତ୍ରୀ ବ୍ରତ ଲାଗି ସମସ୍ତ ବନ୍ଦବୋସ୍ତ କରାଯାଇଥିଲା। ୧୫ ଜଣ ସଧବା ମହିଳା ସଂଘରୋଧ ରେ ରହିଥିବାରୁ ସେହି ମାନଙ୍କ ମନୋବଳ ବଢାଇବା ପାଇଁ ମହିଳା କୁଂ ସାବିତ୍ରୀ ଭାର ତଥା ସମସ୍ତ ପୂଜା ଉପକରଣ ସାମଗ୍ରୀ ଦେଇଛନ୍ତି ଚିତ୍ରସେନ। ମହିଳା ମାନେ ଭାର ଗ୍ରହଣ କରି ଖୁସିର ସହ ସାବିତ୍ରୀ ବ୍ରତ ପାଳନ କରି ସ୍ୱାମୀ ଓ ସମସ୍ତ ସହଯୋଗୀଙ୍କ ସୁଖ ସମୃଦ୍ଧି ଓ ଦୀର୍ଘାୟୁ କାମନା କରିଥିଲେ ।



















