Friday, November 6, 2026
ADVERTISEMENT
Home ଆଞ୍ଚଳିକ ସାବିତ୍ରୀ ଅମାବାସ୍ୟା ହେବା ପୂର୍ବରୁ ସାବିତ୍ରୀର ଆତ୍ମହତ୍ୟା

ସାବିତ୍ରୀ ଅମାବାସ୍ୟା ହେବା ପୂର୍ବରୁ ସାବିତ୍ରୀର ଆତ୍ମହତ୍ୟା

447
ADVERTISEMENT

ବ୍ରହ୍ମପୁର/ଭଞ୍ଜନଗର,୨୨/୦୫ (ବ୍ୟୁରୋ): ଭଞ୍ଜନଗର କିଛି ଘଣ୍ଟା ପରେ ସାବିତ୍ରୀ ଅମାବାସ୍ୟା ହେବା ପୂର୍ବରୁ ସାବିତ୍ରୀ ଆତ୍ମହତ୍ୟା କରି ଆରପାରିକି ଚାଲିଗଲେ l ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଏନଏସି ରାସ୍ତାରେ ବଡକୋଦଣ୍ଡା ଗ୍ରାମର ଖଦାଳ ପ୍ରଧାନଙ୍କ ଝିଅ ମାମାଲି ପ୍ରଧାନ ଗୁରୁୁବାର ସନ୍ଧ୍ୟା ୮ଟା ସମୟରେ ସ୍ୱାମୀ ପବିତ୍ର ବିଷୋୟୀ ସହ ବାପା,ମା ମିଶି ମାମାଲିକୁ ହତ୍ୟା କରି ଘରର ଓରାରେ ଚୁନି  ସାହାଯ୍ୟରେ ଝୁଲାଇ ଦେଇଥିବା ନେଇ ଭଞ୍ଜନଗର ଥାନାରେ ମାମାଲିର ମା ଲିଖିତ ଅଭିଯୋଗ କରିଛନ୍ତି । ଲିଖିତ ଅଭିଯୋଗକୁ ନେଇ ପୁଲିସ ତଦନ୍ତ କରିବା ସହ ସ୍ୱାମୀ ପବିତ୍ରକୁ ଅଟକ ରଖି ଅଧିକ ତଦନ୍ତ ଚଳାଇବା ନେଇ ଥାନା ଅଧିକାରୀ ସୁଦିପ୍ର କୁମାର ସାହୁ ସୁଚନା ଦେଇଛନ୍ତି ।

Advertisement