Friday, November 6, 2026
ADVERTISEMENT
Home ଆଞ୍ଚଳିକ କରୋନା ଯୁଦ୍ଧର ଆଗ ଧାଡ଼ିର ଯୋଦ୍ଧା:ଵ୍ରହ୍ମପୁର ଏମକେସିଜି ଡାକ୍ତର

କରୋନା ଯୁଦ୍ଧର ଆଗ ଧାଡ଼ିର ଯୋଦ୍ଧା:ଵ୍ରହ୍ମପୁର ଏମକେସିଜି ଡାକ୍ତର

298
ADVERTISEMENT

ବ୍ରହ୍ମପୁର,୨୨/୦୫(ବିଶ୍ୱରଞ୍ଜନ): କରୋନା ଯୁଦ୍ଧର ଆଗ ଧାଡ଼ିର ଯୋଦ୍ଧା ଏବେ ପୁଣି ଚର୍ଚ୍ଚାରେ ଵ୍ରହ୍ମପୁର ବଡ଼ମେଡିକାଲର ଡାକ୍ତର ୧୪ ଦିନିଆ କୋଭିଡ ଡ୍ୟୁଟି ସାରି ଆଜି ପୁଣି ୧୪ ଦିନିଆ କ୍ଵରେଣ୍ଟିନ କୁ ଯାଇଛନ୍ତି । ବଡ଼ ମେଡିକଲର ୧୬ ଜଣ ଡାକ୍ତର ଆଜି କୋଭିଡ ଡ୍ୟୁଟି ସାରି ବାଲାଜି ହୋଟେଲକୁ କ୍ଵରେଣ୍ଟିନ କୁ ଯାଇଥିବା ବେଳେ ଆଉ ୧୬ ଜଣ ଡାକ୍ତର ଆଜିଠାରୁ କୋଭିଡ ଡ୍ୟୁଟି ଆରମ୍ବ କରିଛନ୍ତି । ତେବେ ବଡ଼ ମେଡିକାଲ ର ଡାକ୍ତର ଦମ୍ପତି ଡ଼ଃ ଆଲୋକ ପୃଷ୍ଟି (ଅସ୍ତିଶଲ୍ୟ ବିଭାଗ)ଏବଂ ତାଙ୍କ ପତ୍ନୀ ଡ଼ଃ ସୁଭକାଂକ୍ଷୀ ବାରିକ(ଶିଶୁ ରୋଗ ବିଭାଗ) ସିତଲାପଲ୍ଲୀ ଠାରେ କୋଭିଡ ଡ୍ୟୁଟି ସାରି ଫେରିଛନ୍ତି । ମୁଖ୍ୟ କଥା ହେଲା ଏହି ଦୁଇ ଯୋଦ୍ଧା ମାତ୍ର ୮ ମାସ ପୂର୍ବେ ବିବାହ କରିଥିଲେ ମଧ୍ୟ କୋଭିଡ ଡ୍ୟୁଟି କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଆଜି ଡାକ୍ତର ଦମ୍ପତି ୧୪ ଦିନିଆ ଡ୍ୟୁଟି ସାରି ଘରକୁ ନଯାଇ ପୁଣି ୧୪ ଦିନିଆ କ୍ଵରେଣ୍ଟିନ ହୋମକୁ ଯାଇଛନ୍ତି । ସୂଚନାଯୋଗ୍ୟ, ଯେ ସିତଳାପଲ୍ଲୀରେ ଏହିପରି ଡାକ୍ତର ମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ୧୫୫ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Advertisement