Friday, November 6, 2026
ADVERTISEMENT
Home ଗଞ୍ଜାମ ସରକାରୀ ନିର୍ଦେଶ ଅମାନ୍ୟ କରି କର୍ମଚାରିଙ୍କ ସହ ଯୁକ୍ତିତର୍କ !

ସରକାରୀ ନିର୍ଦେଶ ଅମାନ୍ୟ କରି କର୍ମଚାରିଙ୍କ ସହ ଯୁକ୍ତିତର୍କ !

ପ୍ରଶାସନ ପକ୍ଷରୁ ଶାଢ଼ୀସେଣ୍ଟର ସିଲ

320
ADVERTISEMENT

ବ୍ରହ୍ମପୁର,୨୧-୦୫(ଇ ରଞ୍ଜନ):ବ୍ରହ୍ମପୁର ଅର୍ଣ୍ଣପୁର୍ଣ୍ଣା ମାର୍କେଟ ସ୍ଥିତ କଲା ମନ୍ଦିର ସାରି ସେଣ୍ଟର ରେ ଉତ୍ତେଜନା। କରୋନା ର ଭୟ କୁ ଫୁ କରି ସମାଜିକ ଦୂରତା କିଛି ଦିନ ଧରି ପାଳନ କରାଯାଉନଥିବା ସହ ସମସ୍ତ ଦୋକାନ ବଜ଼ାର ବନ୍ଦ ହୋଇଥିଲେ ମଧ୍ୟ ଏହି ଦୋକାନୀ ମାନେ ବିଳମ୍ବ ରେ ବନ୍ଦକରୁଥିବା ସମ୍ପୃକ୍ତ ଅଞ୍ଚଳରୁ ଅଭିଯୋଗ ହୋଇଥିଲା ଏହି ସମସ୍ତ ନିୟମ ପାଳନ କରୁନଥିବାରୁ ବିଏମସି କର୍ମଚାରୀ ମାନେ ଦୋକାନ ଭିତରକୁ ଯାଇ ଏହାକୁ ବାରଣ କରିବାରୁ ଦୋକାନ ମହିଳା ଓ ପୁରୁଷ କର୍ମଚାରି ମାନେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି କରିଥିଲେ । ବିଏମ୍ସିର ଏନ୍ଫୋର୍ସମେଣ୍ଟ ଅଫିସର ତରୁଣ କାନ୍ତ ଙ୍କୁ ମଧ୍ୟ ଦୋକାନୀ ମାଲିକ ଓ କର୍ମଚାରୀ ମାନେ ଦୋକାନ ଭିତରେ ଅଟକ ରଖିଥିଲେ। ଏହାସହ ଦୋକାନ ସମ୍ମୁଖରେ କର୍ମଚାରୀ ମାନେ ଧାରଣ ଦେଇଥିଲେ। ପରେ ବଡ଼ ଧରଣର ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହେବାପରେ ପୋଲିସ ପହଂଚି ବୁଝାସୁଝା କରିବା ପରେ ମଧ୍ୟ ଦୋକାନୀ ମାଲିକ, କର୍ମଚାରୀ ଓ ପୋଲିସ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଘଟଣା ସ୍ଥଳରେ ଏଏସପି ପ୍ରଭାତ ରାଉତ ରାୟ ପହଞ୍ଚି ଦୋକାନୀ ମାଲିକଙ୍କ ସହ ଆଲୋଚନା ପରେ ମଧ୍ୟ ପରିସ୍ଥିତି ବିଗିଡି ବାରେ ଲାଗିଥିଲା । ପରେ ବ୍ରହ୍ମପୁର ଉପଜିଲ୍ଲାପାଳ ଓ ବ୍ରହ୍ମପୁର କାର୍ଯ୍ୟନିର୍ଭlହ ମାଜିଷ୍ଟର୍ଡ ପୋଲିସ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି କଲା ମନ୍ଦିର ସାରି ସେଣ୍ଟର ଓ ତାକୁ ଲାଗି ଥିବା ଶ୍ରୀ ଚନ୍ଦନ କଲେକ୍ସନକୁ ସିଲ କରିବା ପାଇଁ ନିର୍ଦେଶ ଦେଇଥିଲେ। ଏହି ଘଟଣାରେ ଦୋକାନ ମାଲିକଙ୍କୁ ଟାଉନ ଥାନାରେ ଅଟକ ରଖିଥିଲା ପୋଲିସ ।

Advertisement